ଭକ୍ତର ଭଗବାନ
ଭକ୍ତର ଭଗବାନ
1 min
30
ସାରା ଦୁନିଆଁର ବୋଝକୁ ମୁଣ୍ଡାଇ
ସଂସାର ଚଳାଉ ଥାଏ
କହେନାହିଁ କିଛି ଖୋଲି ଚକା ଆଖି
ନୀରବରେ ବସିଥାଏ,
ଭକତ ଠାରୁ ଯେ ଗୋଇଠା ଖାଇକି
ଆଉଁସି ଦିଏ ତା'ପାଦ
ହସି ଦିଏ ଯଦି ରାଗରେ ଭକତ
କରେ ନିନ୍ଦା ଅପବାଦ,
ଶୁଣେ ନିତି କେତେ ଗାଳି,
ବେଳକାଳ ଦେଖି ପୂରଣ କରଇ
ଭକତ ଜନର ଅଳି ।
