STORYMIRROR

Nrusingha Narayan Tripathy

Others

3  

Nrusingha Narayan Tripathy

Others

ଭକ୍ତିଗୀତ ଅନ୍ତାକ୍ଷରୀ (ତୁଳସୀ )

ଭକ୍ତିଗୀତ ଅନ୍ତାକ୍ଷରୀ (ତୁଳସୀ )

1 min
141

ତୁଳସୀ ତୁଳସୀ ବାସ ମହକୁଛି

ଜଳ ଦେଇ ଚଉରାରେ

ପ୍ରଭୁଙ୍କ ନାମକୁ ସ୍ମରଣ କରିକି

ଧ୍ୟାନ ଦିଅ କର୍ତ୍ତବ୍ୟରେ ll


ରହୁଛି ଅନାଇ ଆଶୀର୍ବାଦ ପାଇଁ

ପ୍ରଭୁଙ୍କର ପାଦତଳେ

ଦିଅ ଶକ୍ତି ପ୍ରଭୁ କରୁଣା ପ୍ରସାରି 

ରଖ ମୋତେ ଆଢୁଆଳେ ll


ଲୀଳାମୟ ପ୍ରଭୁ ଭକ୍ତର ଠାକୁର

ଭକ୍ତ ବାଞ୍ଛା ପୂର୍ଣ୍ଣକର

ହାତ ଯୋଡି ମୁଇଁ ଶରଣ ପଶୁଛି

ଦୁଃଖ କଷ୍ଟ ଦୂର କର ll


ରଖ ବା ନ ରଖ ଗୁହାରି ମୋହର

ତୁମ ନାମ ଜପୁ ଥିବି

ଦୟାର ଠାକୁର ଦୟା ରଖିଥିବ

ଗୁଣ ତୁମ ଗାଉଥିବି ll


ବନ୍ଧୁ ପରିଜନ ଆତ୍ମୀୟ ସୋଦର

ରହୁ ପୁରି ପ୍ରୀତି ମୋର

ତୁମରି ଦୟାରେ ମୁହିଁ ନିଃସ୍ଵାର୍ଥରେ

ମନ ରଖେ ନିରନ୍ତର ll


ରହିଛି ଅନାଇ ଶ୍ରୀମୁଖକୁ ଚାହିଁ

ନାମ ଜପେ ଜଗନ୍ନାଥ

ନାଥ ଜଗତର ଜଗତ ଈଶ୍ୱର

ତୁମେ ମୋ ପ୍ରାଣର ନାଥ ll


ଥକି ଥକି ପଥ କରେ ଅତିକ୍ରମ

ତୁମକୁ କରି ବିଶ୍ୱାସ

ତୁମରି ବଳରେ ମୁହିଁ ଚିନ୍ତା କରେ

ତୁମେ ହିଁ ମୋର ପ୍ରଶ୍ୱାସ ll


ସକଳ ପ୍ରାଣୀର ତୁମେ ହିଁ ଆଧାର

ତୁମେ ହିଁ ପରମ ପିତା

ପାଳନ ତାରଣ କଷଣ ହାରଣ

ଜଗନ୍ନାଥ ତ୍ରାଣକର୍ତ୍ତା ll


ତୋର ଦରଶନ ପାଇଁ ମୋର ପ୍ରାଣ

ସଦା ହୁଏ ଆନମନା

ସତ୍ୟ ଧର୍ମ ପଥେ ଘେନିଯାଅ ମୋତେ

ଯୋଗାଅ ସଦା ପ୍ରେରଣା ll


ନମଇଁ ପ୍ରୟର ବାରେ କୃପା କର

ସର୍ବବ୍ୟାପୀ ଭଗବାନ

ଜ୍ଞାନର ପ୍ରଦୀପେ ଅହଂ ଦୂର କର

ତୁମରି ପାଦେ ଜଣାଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍