STORYMIRROR

Minakshi Samal

Others

3  

Minakshi Samal

Others

ଭକ୍ତିଅର୍ଘ୍ୟ

ଭକ୍ତିଅର୍ଘ୍ୟ

1 min
219


ଛୋଟ ଛୋଟ ଖୁସି ସାଥିରେ ସାଉଁଟି

ଆଞ୍ଜୁଳିରେ ଭରି ନେଲି

ବିଭୁ ପାଦପଦ୍ମେ ଭକତି ନୈବେଦ୍ୟ

ସ୍ବରୂପେ ଅର୍ପଣ କଲି।


ଏସବୁର ମୂଳେ ତୁମେ ଯେ ଗୋବିନ୍ଦ

ନିସନ୍ଦେହେ ହେଜ ହେଲା

ତୁମ ଇଛା ଯୋଜନାର ଅଭିପ୍ରାୟ

ମତିରେ ପ୍ରବେଶ କଲା।


ହାରିଯିବା ବେଳେ ଶକତିର ଉତ୍ସ

ସୃଜିଲ ମନର ମଧ୍ଯେ

ଭିଆଇଲ ତୁମେ ଏପରି ଭିଆଣ

କିପରି ବର୍ଣ୍ଣିବି ଶବ୍ଦେ।


କରି କରାଉଛ ସବୁ ତୁମେ ପରା

ଜାଣିଅଛି ତୁମ ଲୀଳା

ସହନ ଶକତି ଶେଷ ହୋଇଗଲେ

ଅଭିମାନୀ ହୁଏ ବାଳା।


ଅଦମ୍ୟ ସହନଶୀଳତା ଯୋଗାଇ

ଦିଅହେ ଜଗତନାଥ

ଜୀବନ ଯୁଦ୍ଧରେ ଆଗକୁ ବଢିବି

ତୁମ ପଦେ ରଖି ମାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍