ଭକ୍ତି ପୂଜା ଫୁଲେ
ଭକ୍ତି ପୂଜା ଫୁଲେ
ଭକ୍ତି ପୂଜା ଫୁଲେ ତୁମକୁ ପୂଜୁଛି
ପୂଜୁ ଥିବି ମୁଁ ନିରନ୍ତର...
ତୁମେ ସାହାରାର ପାନ୍ଥଶାଳାଟିଏ
ଆଶା ଭରସା ଶ୍ରୀମନ୍ଦିର...
ପାଦେ ତଳେ ଦିଅ ହେ ମୋତେ ଆଶ୍ରୟ।
ଦେଇଅଛ ଜ୍ଞାନ ଯାହା ମୋତେ ପ୍ରଭୁ
କରେ ନିତି ମୁଁ ସେ ବିଚାର...
ତୁମ ଦାନ ବୁଦ୍ଧି ବିବେକ ସୁଗୁଣେ
କର ମୋତେ ଯେ ରୂପାନ୍ତର...
ଭାବି ଚିନ୍ତି କରୁଅଛି ମୁଁ ଯା' କରମ
ଦିଅ ପ୍ରଭୁ ଠିକଣା ତାର...
ସରଳ ସୁନ୍ଦର କରି ମୋ ଏ ହୃଦୟ।
ଭକ୍ତି ପୂଜା ଫୁଲେ...
ଚାଲିବାକୁ ଶକତି ଦିଅ ମୋତେ ପ୍ରଭୁ
ଚାଲୁଥିଲି ମୁଁ ନିରନ୍ତର...
ଜଗତ ସେବାରେ ସଦା ଥାଉ ମୋ ଲୟ।
ମନେ ଆସେ ମୋ ଯା' ଦୁର୍ଭାବନା ଦୁ଼ଃଶ୍ଟିନ୍ତା
ଆଶିଷେ ତୁମ ଦେଉ ଦୂର...
ସତ୍ୟ ଶାନ୍ତି ଦୟା କ୍ଷମା ଥାଉ ଅନ୍ତରେ
ସଭିଙ୍କୁ ମଣି ଆପଣାର...
ଭଲ କାମ କରି ଲଭିବି ମୁଁ ବିଜୟ।
ଭକ୍ତି ପୂଜା ଫୁଲେ...
ତୁମେ ପ୍ରଭୁ ସାହା ଭରସା ବିଶ୍ଵାସ ମୋ
ସ୍ପନ୍ଦନ ମୋର ହୃଦୟର...
ଜୀବନର ପ୍ରତିଟି ମୁହୂର୍ତ୍ତରେ ପ୍ରଭୁ
ପାଖେ ପାଖେ ରହିବ ମୋର...
ପ୍ରତି ପଲକରେ ହୋଇ ମୋର ସହାୟ।
ଭକ୍ତି ପୂଜା ଫୁଲେ...
