ଭକ୍ତି ଗୀତ ଅନ୍ତାକ୍ଷରି (20)
ଭକ୍ତି ଗୀତ ଅନ୍ତାକ୍ଷରି (20)
ହେ ଦୋଳଗୋବିନ୍ଦ ହେ ପରମାନନ୍ଦ
ରାଧାକୃଷ୍ଣ ଫଗୁଖେଳ
ଦୋଳେ ଝୁଲି ଝୁଲି ଆସ ବନମାଳୀ
ସରାଗର ରଙ୍ଗଖେଳ ll
ଲୀଳାର କରତା ଦଇବ ବିଧାତା
ଭକ୍ତ ପାଖେ ବସ ଆସି
ଛାଡିକି ମନ୍ଦିର ଦୋଳ ଯାତ୍ରା କର
ସରାଗରେ ହସଖୁସି ll
ସୁଖ ଦୁଃଖ ଶୋକ ମନର ଯେ ଭୋକ
ଆଦେଶ ମାତ୍ର ତୁମର
ତୁମେ ହିଁ ତ ସାର ଜଗତ ଈଶ୍ୱର
ସୃଷ୍ଟିକର୍ତ୍ତା ଏ ସୃଷ୍ଟିର ll
ରଙ୍ଗ ଫଗୁଖେଳ ଲଉଡ଼ିର ଖେଳ
ଗୋପାଳ ଙ୍କ ବଡ଼ ପର୍ବ
ମାନ ଅଭିମାନ ନ ଖୋଜି ସମ୍ମାନ
ସର୍ବେ ଏକ ଛାଡି ଗର୍ବ ll
ଗର୍ବ ଗୌରବର ସଂସ୍କୃତି ଆମର
ଧନ୍ୟ ଆମ ଭଗବାନ
ଛାଡି ସିଂହାସନ ଭକ୍ତଙ୍କୁ ଦର୍ଶନ
ଭକ୍ତ ତୁମ ଭାଗ୍ୟବାନ ll
ନାଲି ବସ୍ତ୍ର ପିନ୍ଧି ଦୋଳରେ ଝୁଲିକି
ଆସ ତୁମେ ଢଳି ଢଳି
ସାଥେ ବଳଭଦ୍ର ଭଉଣୀ ସୁଭଦ୍ରା
ନଗର କୁ ଯାଅ ବୁଲି ll
ଲତା କୁଞ୍ଜ ବନ ଝୁରେ ବୃନ୍ଦାବନ
ଯମୁନା କଦମ୍ବ ଝୁରେ
ରାଧା ଝୁରି ମରେ ଅମର ପ୍ରେମରେ
ରାଧା ପ୍ରେମ ଆମେ ସ୍ମରେ ll
ରହିଛି ରହିବ କଥା ରାଧା ପ୍ରେମ
ଶାଶ୍ୱତ ପ୍ରେମର ଗାଥା
ରାଧା କୃଷ୍ଣ ନାମ ଜପ ସଦା ନାମ
ସମର୍ପଣେ ନିଜ ମଥା ll
ଥଣ୍ଡା ପରେ ବିଶ୍ୱେ ବସନ୍ତ ଆସନ୍ତେ
ଉନ୍ମାଦିତ ବସୁନ୍ଧରା
ସୁନ୍ଦର ପ୍ରକୃତି ଦର୍ଶନ କରନ୍ତି
ମାୟାଧର ମାୟାଭରା ll
ଋତୁରାଜ ଦେଶେ ମାୟାକୁ ବିସ୍ତାରେ
ଫଗୁଣରେ ଦୋଳଯାତ୍ରା
ଫଗୁ ଦଶମୀରେ ଗୋପାଳ କାନ୍ଧରେ
ପ୍ରଭୁ କରନ୍ତି ଯାତରା ll
ରଙ୍ଗର ହୁ
ଲିରେ ମତୁଆଲା ସର୍ବେ
ଗୋପବାସୀ ଝୁରେ କାହ୍ନା
ଗୋପୀଙ୍କ ମେଳରେ ଚାଚେରୀ ଖେଳରେ
କୃଷ୍ଣ ପ୍ରେମେ ଗୋପାଙ୍ଗନା ll
ନ କରି ଉଛୁର ପୁଅ ଗଉଡ଼ର
ଦୋଳକୁ ସଜେଇ ଦିଏ
ହରି ହର ଭେଟ ଗ୍ରାମେ ଗ୍ରାମେ ଦୋଳ
ଗୀତ ନାଚ ମହାକାଏ ll
ଏପରି ସୁନ୍ଦର ଜଗତେ ଈଶ୍ୱର
ଦେଖିଛକି କେଉଁଠାରେ
କୃପାର ଠାକୁର ପ୍ରଭୁ ଯେ ଦୟାର
ପୂଜୁଛୁ ଶ୍ରୀ ମନ୍ଦିରରେ ll
ରହିଛି ଅନାଇ ଦୋଳରେ ଶ୍ରୀମୁଖ
ଦେବଙ୍କ ଚାଚେରୀ ବେଶ
ସୁଭଦ୍ରା ଶ୍ରୀଦେବୀ ବେଶ ଯେ ଭୂଦେବୀ
ଦିଅ ପ୍ରଭୁ ଶୁଭାଶିଷ ll
ସତ୍ୟ ଧର୍ମ ନ୍ୟାୟ ପ୍ରସାର କରହେ
ଏତିକି ମାଗୁଣି ମୋର
ଦିଅ ଦିବ୍ୟଜ୍ଞାନ ଜ୍ଞାନର ଭଣ୍ଡାର
ଅଶିକ୍ଷାକୁ ଦୂର କର ll
ରୂପ ନାହିଁ ପ୍ରଭୁ ତୁମେ ନିରାକାର
ସର୍ବବ୍ୟାପୀ ଭଗବାନ
ଜଗତ ଈଶ୍ୱର ଅନାଦି ଠାକୁର
ନାଥ ସର୍ବ ଶକ୍ତି ମାନ ll
ନରକ ସମାନ ଏ ମାୟା ସଂସାର
ପ୍ରଭୁ ପାଖେ ପାଖେ ଥିବ
ଜୀବନେ ମୋହର ହୋଇକି ପଥିକ
ଲକ୍ଷ୍ୟପଥ ଦର୍ଶାଇବ ll
ବୈକୁଣ୍ଠ ବିହାରୀ ପ୍ରଭୁଯେ ଶ୍ରୀହରି
କୋଟି ବ୍ରହ୍ମାଣ୍ଡ କରତା
ଲଷ୍ମୀଙ୍କର କାନ୍ତ ଧରି ହାତେ ଚକ୍ର
ଅନ୍ୟାୟର ତ୍ରାଣକର୍ତ୍ତା ll
ତୋର ପାଦେ ପ୍ରଭୁ କରୁଛି ଵିନତୀ
ଅଧର୍ମ ହେଉ ନାଶ
ଦ୍ୱେଷ ହିଂସା ଇର୍ଷା ସଂସାରୁ ହଟିକି
ଧର୍ମର ହେଉ ପ୍ରକାଶ ll
ସତ୍ୟର ସ୍ୱରୂପ ସତ୍ୟ ନାରାୟଣ
ତୁମ ପାଦେ ନମସ୍କାର
ଦିଅ ହୃଦେ ମୋର ସେନହ ମମତା
କ୍ରୋଧ ହିଂସା ଦୂର କର ll