STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଭକ୍ତି ବନଫୁଲ ହାର

ଭକ୍ତି ବନଫୁଲ ହାର

1 min
126

ବାଇମନ ଚାଲ ଧୀରେ

 ପୁରୀ ଶ୍ରୀକ୍ଷେତ୍ର ଧାମରେ

 ଭାଇ, ଭଉଣୀ ସଙ୍ଗରେ

 ବିଜୟ ରତ୍ନ ବେଦୀରେ

 କଳାକର କଳା ମୁଖ , ଦରଶନ କର ବାରେ

 ବାଇମନ ଚାଲ ଧୀରେ…।।


         ବଡ଼ଦାଣ୍ଡେ ସିଂହଦ୍ଵାରେ

         ଅରୁଣ ସ୍ତମ୍ଭ ପାଖରେ

         ଦେଖ ତୁ ନୀଳଚକ୍ର ରେ , ନେତ ଉଡେ ଫରହରେ

         ବାଇମନ ଚାଲ ଧୀରେ…।।


 ବାଇଶି ପାହାଚ ଦେଇ

 ବେଢ଼ାରେ ବୁଲ ତୁ ଯାଇ

 ସର୍ବ ଦେବା ଦେବୀ ବେଢି , ଅଛନ୍ତି ଚାରି ପାର୍ଶ୍ୱ ରେ

 ବାଇମନ ଚାଲ ଧୀରେ…।।


     ତହୁଁ ଗମ୍ଭୀରା ଭିତରେ

          ରହି ଗରୁଡ ପଛରେ

          ଦେଖ ଶ୍ରୀରଙ୍ଗା ଅଧରେ , ହସ ବିହ୍ଵଳିତ କରେ

          ବାଇମନ ଚାଲ ଧୀରେ…।।


 ଆନନ୍ଦ ବଜାରେ ଯାଇ

 କୈବଲ୍ୟ କଣିକା ପାଇ

 ଦଣ୍ଡେବସ ସ୍ନାନ ବେଦୀ , ପରାଂଗତି ଲଭିବୁରେ

 ବାଇମନ ଚାଲ ଧୀରେ…।।


         ବନଫୁଲ ରେ ପ୍ରଫୁଲ୍ଲ

         ଗୁନ୍ଥିଛି ହେ ବନମାଳ

         ସମର୍ପିଲି ହେ ଠାକୁ୍ରେ , ଦେଖୁଥା କୃପା ନେତ୍ର ରେ

         ବାଇମନ ଚାଲ ଧୀରେ…।।



Rate this content
Log in