STORYMIRROR

Jyotsna Acharya

Others

3  

Jyotsna Acharya

Others

ଭକ୍ତ ଓ ଭଗବାନ

ଭକ୍ତ ଓ ଭଗବାନ

1 min
182

ଅଭାବ କି ସତେ ତୋ ଗୀତ ଗୋବିନ୍ଦ

ଅଭାବ ପଡିଛି ତୋ ଦିବ୍ୟ ଦର୍ଶନ

ଅଭାବ କି ଆଜି ତୋ ବଡ ଦାଣ୍ଡ

ଚାଲି ନ ପାରଇ ଭକ୍ତ ପାହୁଣ୍ଡ ।


ଅଭାବ କି ସତେ ତୂଳସୀର ଧଣ୍ଡା

ଅବା ଅଭାବ ତୋ ଭକତ ପ୍ରାଣ

ସତେ କି ଅଭାବ ତୋ ଦାଣ୍ଡ ଧୂଳି

ଛୋଟ ଅବା ନେତ ପାରୁନି ଉଡି ।


ମିଛ କଣ ତୋ'ର ବାଇଶି ପାହାଚ

ମିଛ କଣ ଗଜ ଯୋଜନୁ ଡାକ

କଥା ରେ ଅଛି ତ ପତିତ ଉଦ୍ଧାରେ

ଦେଉଳେ ଉଡୁଛି ପତାକା ତୋ'ର ।


ଥରେ ଚାହିଁ ଦେଲେ ଶ୍ରୀମୂଖ କାଳିଆ

କଷଣ ଅଚିରେ ହୁଅଇ ଦୁର

ଜୀବନ କାରାରୁ, ଉନ୍ମକ୍ତ ମୋହରୁ

ଖୋଲିଦିଅ ପରା ମୁକ୍ତି ଦୁଆର ।


ଆତୁର କଣ୍ଠରେ ଡାକି ଦେଲେ ଥରେ

ପହଞ୍ଚି ଯାଏ କି ଅନ୍ତର ସ୍ବର ।


Rate this content
Log in