STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ଭଜନ

ଭଜନ

1 min
322


ଶ୍ରୀ ପଙ୍କଜ ପୟରେ ମନ


ଭଜ ମନ ନବ ମଞ୍ଜୁଳ ପୟରେ

ପାପୁଁ ଯେବେ ହେବୁ ପାର,

ଅନାଦି ଅନନ୍ତ ଚିତ୍ର ରୂପବନ୍ତ

ଶାନ୍ତ ନିର୍ମଳ ଶରୀର. ୦

ଖେଦ ନାହିଁ ଯହିଁ ମୋଦ ଭରା ସେହି

ମନ୍ଦ ର ମୁକ୍ତି ଦାୟକ,

କଳାକର କଳା ମଞ୍ଜୁଳ ଲପନ

ଲୀନରେ ମୋକ୍ଷ କାରକ. ୧

ଅଯୋନି ସଂଭୂତା ପତୀ ସତ୍ୟଗ୍ରାହୀ

ସାତ୍ତ୍ଵିକ ବାଦୀ ପୁରୁଷ,

ଅବନୀ ମଣ୍ଡନ ପ୍ରଭୂ ରାଜା ରାମ

ସୂର୍ଯ୍ୟ ବଂଶଜ ପୌରଷ. ୨

ସ୍ନେହ ମୈତ୍ରୀ ପ୍ରୀତି ସମତା ସଦ୍ ବୁଦ୍ଧି

ସଚେତନ ମାର୍ଗ ରୁପ,

ସେ ପଦ୍ମ ଚରଣ ଲୟ କଲେ ମନ

ପାଇବୁ ଦିବ୍ୟ ସ୍ଵରୁପ. ୩

କୋଟି କନ୍ଦର୍ପର ଦର୍ପ ହାରି ରୂପ

ଭୂପତି ପଦ କମଳ,

କଳି କଳ୍ମଷର ପାପ ତାପ ହାରି

ନିତ୍ଯ ଚୁମ୍ବ ସେ ପୟର.....

ମନ ଭୃଙ୍ଗ ରୂପି....

ନିତ୍ଯ ଚୁମ୍ବ ସେ ପୟର. ୪

==========================

ବିଷ୍ଣୁ ପ୍ରସାଦ ମିଶ୍ର

ରଥଶର୍ମା କଲୋନୀ

କୋରାପୁଟ

9124049129


Rate this content
Log in