STORYMIRROR

Dharitri Das

Others

3  

Dharitri Das

Others

ଭିଟାମାଟି

ଭିଟାମାଟି

1 min
18


ଖଣି ଖାଦାନର ଦେଶ ଆମ ଭାରତ

ମାଆ ପରି ସିଏ ପାଳେ ଆମକୁ ସତ।

ଶସ୍ୟ ଶ୍ୟାମଳ ଭରା ତା ଉର୍ବର ମାଟି

କଳ କାରଖାନା ଯହିଁ ଭରପୁରଟି ।

ଯହିଁ ଯେତେ ଅଛ ଆମ ଭାରତ ବାସୀ

ଭିଟାମାଟି ଛାଡି ହୁଅ ନାହିଁ ପ୍ରବାସୀ।

ଭାରତକୁ କରି ନିଜ କରମ ଭୂମି

କର୍ମପଥେ ବଢି ଆମେ ହୋଇବା କର୍ମୀ।

ଜନ୍ମଭୂମି ପାଇଁ କର୍ମ କରିବା ଲାଗି

ଶପଥ ନେଇ ସର୍ବେ ହୋଇବା ତ୍ୟାଗୀ।

ବୀର ପ୍ରସବିନୀ ଆମ ଜନମ ମାଟି

ଛାଡି ଯିବା ନାହିଁ ଆମେ ଦାଦନ ଖଟି।

ସେଇ ମାଟି ଧରି ହାତେ ନିଅ ଶପଥ

ନିଜ ଦେଶେ ଖଟି ଯାଉ ଜୀବନ ରଥ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍