ଭିଟାମାଟି
ଭିଟାମାଟି
1 min
202
ଭିଜୁଛି ଆଜି ଏକେଲା ବସି
ବୁଝିବ କିଏ ମନ?
ଅନ୍ତର କଥା ଅକୁହା ବ୍ୟଥା
କାନ୍ଦଇ ତାର ପ୍ରାଣ ।
ଭୁଲିଛି ପୁଅ ବିଦେଶ ଯାଇ
ଭିଟାମାଟିର ମାନ
ଆଡେଇ ଦେଲା ମାଟିର ସ୍ନେହ
ସଞ୍ଚିବ ବୋଲି ଧନ ।
ଟାଣୁଆ ଦେହ ତରଳି ଯାଏ
ସ୍ମରି ହଜିଲା ଭାଷା
ଟାଙ୍ଗିଆ ଛୋଟେ କ୍ଷତାକ୍ତ ହୋଇ
କରିନି କିଛି ଆଶା ।
ମାଆର ସ୍ନେହ ଅଜାଡି ଦେଇ
ପାଳିଲା ପୁଅ ଝିଅ
ଭୁଲିଲା ସନ୍ତାନ ତାରି ଦାନ
ମାଟିରେ ଗଢା ଦେହ ।
ସନ୍ତାନ ପାଇଁ ଭରା ଜଙ୍ଗଲ
ଉତ୍ସର୍ଗ କରିଦେଲା
ଗଢ଼ିବ ବୋଲି ସାହସୀ ପୁଅ
ଶୀତଳ ବାୟୁ ଦେଲା ।
ମାଆର ମାନ ରଖିବ ବୋଲି
କେତେ ଯେ ଶିକ୍ଷା ଦେଲା
ଭୁଲିଲା ଝିଅ ଭୁଲିଲା ପୁଅ
ବିଦେଶ ବାୟା କଲା ।।
