STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଭିନ୍ନ ଏକ ଅନ୍ୟ ନାଟକ

ଭିନ୍ନ ଏକ ଅନ୍ୟ ନାଟକ

1 min
216

 ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା, ରୂପେଲି ଚନ୍ଦ୍ରାଲୋକ

 ଜୋଛନାଭିଜା ଏ ରଜନି ସଜନୀ, ଉଛୁଳା ମନର ଭୋକ ।।


 ପୁରୁଣା ମଧୂର ବିଜନ ଲଗନ  ସାଇତି ରଖି ମନରେ

 ପ୍ରତିଟି ସକାଳ ଗୁଞ୍ଜରିତ ଏଠି ତୁମ ସ୍ମୃତି ଚାରଣ ରେ

 ଭାବ ସାଗରରେ ଭାସିଯାଏ,ଆଖି- ଆଗେ ନଚେ ଚନ୍ଦ୍ର ମୁଖ

 ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା…।।


 ଅପରୂପ ମୟୀ ପାହାନ୍ତି ଆକାଶ  ସତେକି ଗୋ କୁଆଁ ତାରା

 ଆହାକି ସରାଗେ ହସନ୍ତ ଲଗନେ ମୋ ହାତରେ ଦେଲଧରା

 ସେଦିନର ସେଇ ଅଭୁଲା ପରଶ  ଅପାସୋରା ସ୍ମୃତି ଏକ

 ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା…।।


 କୁମାରୀ ମନର ନିଦ୍ରା ଭାଙ୍ଗି ଦେଇ ମୋ ମନେ ଭରିଲେ ନିଆଁ

 ପହିଲି ବରଷା ପରଶେ ମାଟିରେ ଲାଗିଲା ଶୀତଳ ଚିଆଁ

 ମୋ ମନ ଉଷ୍ମତା ତୁମ ଶୀତଳତା ମିଶି ମରିଗଲା ଭୋକ

 ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା…।।


 ସ୍ନିଗ୍ଧ,କୋମଳ ସୁବର୍ଣ୍ଣ ପ୍ରତିମା ସେ ରୂପରେ ମନଭୁଲେ

 ଅଧୀର ତୃଷିତ ଦେହ,ମନ ତୃଷ୍ଣା ଟାଣିନେଲା ତୁମକୋଳେ

 ହଜିଗଲା ମନ ହଜିଲା ସପନ  ଲଭିତୁମ ଅଙ୍ଗ ସୁଖ

 ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା…।।


 ଅପାସୋରା ଲଗ୍ନ ସେ ରାତି ସେ ଜହ୍ନ ଭୁଲିହୁଏ ନାହିଁ ନାହିଁ

 ତୁମେ ଫେରିଯିବା ପଦାଙ୍କିତ ଚିହ୍ନ  ଥିବ ସବୁଦିନ ପାଇଁ

 ସାତ ସାଇତା ସେ ଅତୀତ,ଜୀବନେ ଅଲେଖା ଅନ୍ୟ ନାଟକ

 ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା…

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍