ଭିଡ଼
ଭିଡ଼
କେଉଁଠି ସରକାରୀ ଛତର ପାଇଁ
ଗ୍ରାମପଂଚାୟତ ଘରେ
ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଦପ୍ତରରେ
ରାଜ୍ୟ ଗଛିତଅର୍ଥ ଲଗାଣ ସଂସ୍ଥାରେ
ଗହଳି ଭିତରେ ପଶିବାକୁ ଧ୍ୟାନ
ସ୍ୱାଧୀନତାର ପୂର୍ବରେ
ମରୁଡି କି ବନ୍ୟା ଭିତରେ
ଇଂରେଜୀ ମାନଙ୍କ ଶାସନ ବେଳେ
ସରକାରୀ ଧନ ଖାଇଲେ
ତାକୁ ଛତରଖିଆ କହୁଥିଲେ
ସାମାଜିକ ବାସନ୍ଦ ରଖୁଥିଲେ
ଲିଭି ଯାଇଛି ନୀତିକଥା
ଜଳି ଉଠୁଛି ଆପେ ବଂଚିଲେ ବାପାର ନା
ବଜାର ଭିତରେ ନାଗର ପଣିଆଁ
ହାଟ ଭିତରେ ବ୍ରହ୍ମ ଜ୍ଞାନ
ଠକିନେବାର ଚମତ୍କୃତ କଳାକୌଶଳ
ବିଚରା ଭଗିଆ ଛମାଣ ଆଠ ଗୁଣ୍ଠ ପାଇଁ ପାଗଳା
ଦଳେ ଭିଡ଼ରେ ଚର୍ଚ୍ଚା କରନ୍ତି ସାହିତ୍ୟ
ଢ଼ିପା ମାଷ୍ଟ୍ରେ ଶୁଣାନ୍ତି ପ୍ରବଚନ
ଠେଲାପେଲା ରେ ମଜାନିଏ ଟୋକା
ଯେଉଁଠି ଭିଡ଼ ସେଇଠି ସାମ୍ବାଦିକ
ଶବ ପାଖରେ କୁଆ, ଶାଗୁଣା,କୁକୁର
ପେଚା ବିଚରା ଟାକିଥାଏ ବୁଦାମୂଳେ
ମଉକା ପାଇଲେ ଝାମ୍ପି ନେବ ରାମସିଅଳ
ନେତା ଚାରିପଟେ ଜନତା ବହୁରୂପୀ
ଚିନି ପଡିଲେ ପିମ୍ପୁଡି ଭିଡ଼ ପରି
ଚାଟି ଦିଅନ୍ତି ବିଷକୁ ବି ଭିଡ଼ ରେ
