STORYMIRROR

Ranjan Kumar Brahma

Others

5.0  

Ranjan Kumar Brahma

Others

ବହି

ବହି

1 min
579




ଭଳିକି ଭଳି ଛବିକୁ ନେଇ

ରଙ୍ଗ ବେରଙ୍ଗ ମଲାଟ ବହି

ଧରିଛି କେତେ କଥା ।


ନିଜର କରି ଗଢି ତୋଳାଏ

ଜୀବନ ଆମ ଧନ୍ୟ କରାଏ

ତା' ଲାଗି ଟେକୁ ମଥା ।।୧।।


ମିତଠୁ ବଳି ପରଶ ଦିଏ

ରାଜାଠୁ ବଳି ସହାୟ ହୁଏ

ମାଆଠୁ ନୁହେଁ ଉଣା।


ପଣ୍ଡିତ ସଭାରେ ଜିଣିକି ଆସେ

ବିପଦେ ଆପଦେ ସହାୟ ହୁଏ

ତା'ରି ଥିଲେ କରୁଣା ।।୨।।


ଅଜଣା ଅଚିହ୍ନା ବିଦ୍ୟା ସବୁ

ବେଦ ପୁରାଣ ଉପନିଷଦକୁ

ରଖିଛି ଯେଉଁଠି ସଜାଇ ।


ଭାଷା ଗଣିତ ସାମାଜିକର

ଚିତ୍ରାଙ୍କନ ଗଳ୍ପ ଇତିହାସର

ସମ୍ଭାର ଅଟେ ବହି ।।୩।।


ବଡ଼ଠୁ ବଡ଼ ଗୁଣରେ ବଡ଼

ବିଶ୍ଵ ସମ ମହା ମହିମ

ଛୋଟ ଯେ ନୁହେଁ ହୀନ ।


ବିଚାର ସଦା ଉଚ୍ଚା ଆସନେ

ସଭିଙ୍କୁ ତୋଳେ ପ୍ରୀତି ଭାଜନେ

ବତାଇ ବୁଦ୍ଧି ଜ୍ଞାନ ।।୪।।


ରଞ୍ଜନ କୁମାର ଵ୍ରହ୍ମା

ଶିକ୍ଷକ -CRCC , ଚିକିଟୀ

9437858788

ranjankumarbrahma5075@gmail.com.


Rate this content
Log in