STORYMIRROR

Gouri Panda

Others

2  

Gouri Panda

Others

ଭଗବାନ ଓ ବିଜ୍ଞାନ

ଭଗବାନ ଓ ବିଜ୍ଞାନ

1 min
99

ଜୀବନ, ଜୀବିକା ଏବେ

ପଡିଅଛି ସଙ୍କଟରେ। 

ବିଶ୍ଵ ସାରା ହାହାକାର 

ଭରିଅଛି କରୋନା ରେ। 

ଏ ମାନବ ଜାଣିଲାଣି

କେଡେ କଷ୍ଟ ବଞ୍ଚିବାରେ।

ପ୍ରତିକ୍ଷଣ ବଞ୍ଚୁଅଛି

ଏ ମାନବ ହାହାକାରେ। 

ବିଜ୍ଞାନ ଓ ବୈଜ୍ଞାନିକ 

ଅହରହ ଚେଷ୍ଟା କରେ। 

ଗ୍ରାସିଲାଣି ଏ କରୋନା 

ମଣିଷ ଭୟଭୀତ ରେ। 

ଆହେ ପ୍ରଭୁ ଜଗନ୍ନାଥ 

ତୁମେ କିନ୍ତୁ ନୀରବରେ। 

ଦେଖୁଛ ନା? ପରୀକ୍ଷା ଏ? 

ବିଶ୍ବ ମଣିଷ ଧୈର୍ଯ୍ୟ ରେ। 

ନୀରବ ରହିଲେ ପ୍ରାଣୀ 

ବୁଡିବେ ଭବସାଗରେ। 

କିଂକର୍ତ୍ତବ୍ୟ ହୋଇ ପ୍ରଭୁ 

ଉଦ୍ଧାର ବେନିହସ୍ତ ରେ। 

ଅହଂକାର ଛାଡିନାହିଁ

ବିଶ୍ବ ମାନବ ଜାତିରେ। 

ପ୍ରଭୁ ପାଦେ ଧ୍ୟାନ ନାହିଁ 

ଧାଏଁ ବିଜ୍ଞାନ ପଛରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍