STORYMIRROR

Rajakishore Mundi

Others

2  

Rajakishore Mundi

Others

ଭଦ୍ରମୁଖା

ଭଦ୍ରମୁଖା

1 min
207

ବାହାରକୁ ଯିଏ  ଧବ ଧବଳିଆ

          ଭିତରେ କାଟେ ସେ କାନି

ତାକୁ ଭାଇ ଚିହ୍ନି ସଉଦା କରିବୁ

          ଅଟଇ ସେ ବେଇମାନି !!୧!!

ଦେଇ ନ ଜାଣିଲେ କାମ ହେବ ନାହିଁ

           ଆଣ୍ଠୁ ଗଣ୍ଠି ଛିଣ୍ଡି ଯିବ

ଦେଇ ଦେଲେ କିଛି କହିବ ମୁରୁକି

          ତିଫିନିରେ ଖର୍ଚ୍ଚ ହେବ !!୨!!

ସମାଜରେ କିଛି ଭାଦ୍ରମୁଖା ପିନ୍ଧି

           ମୁଖେ ହରିନାମ ଜପି

ବିରାଡ଼ି ବୈଷ୍ଟବ୍ ପରି ଆଚରନ୍ତି

          ଭଦ୍ରାମିକୁ କରି କପି !!୩!!

ମନ୍ତ୍ରୀ ଜନ୍ତ୍ରି ତନ୍ତ୍ରୀ ସଭିଏ ଭଣ୍ଡନ୍ତି 

       କାହାରି ଦରଦ ନାହିଁ

ନିଜ ସ୍ୱାର୍ଥେ ଅନ୍ଧ, ଭଦ୍ର ମୁଖା ପିନ୍ଧି

        କହି,କାର୍ଯ୍ୟ କରେ ନାହି !!୪!!

ଆଗେ ସାଧୁ ସାଧୁ ପଛରେ ବଇରୀ

          ଅଭିନୟ ସେ କରନ୍ତି

ସେବା ସ୍ଥାନେ ରହି କୁକର୍ମ କରନ୍ତି

         ଭୁଲିଯାଇ ଭୟଭ୍ରାନ୍ତି !!୫!!

ମଳି ମୁଣ୍ଡିଆଙ୍କ ଅଭିନୟ ସଚା

          ବାସ୍ତବେ ସେ ଭଦ୍ରଲୋକ

ବଡ଼ ବଡ଼ିଆଙ୍କ ଦରଦ ନଥାଏ

        ଅଭିିନୟେ ତାଙ୍କ ଶୋକ !!୬!!

ନିରୀହ ମଣିଷ ଅପାଠୁଆ ହୋଇ

        ଦରଦୀ ବନ୍ଧୁ ହୁଅଇ

ତାଙ୍କୁ କେହି ଏଠି ବୁଝି ପାରନ୍ତିନି

        ନିଜ ସ୍ୱାର୍ଥେ ଅନ୍ଧ ହୋଇ !!୭!!

          


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ