STORYMIRROR

Maheswar sahoo

Others

3  

Maheswar sahoo

Others

ଭାଙ୍ଗି ଗଲା ମୋର ମନ

ଭାଙ୍ଗି ଗଲା ମୋର ମନ

1 min
388

ଭାବିଥିଲି ମୁହିଁ, ହୀରା ଖଣ୍ଡେ ବୋଲି,

କାଚ ଠାରୁ ମୂଲ୍ୟ ହୀନ ।

ଯେତେ ଚକ ଚକ, ଉପରେ ଉପରେ,

ଭିତରୁ ଭାଙ୍ଗନ୍ତି ମନ ।।

ତୃଷ୍ଣା ନିବାରଣେ, ମହୋଦଧି ତିରେ,

ଆଞ୍ଜୁଳାଏ ଟେକି ନେଇ ।

ମୁଖେ ଦେଲି ସିନା, ନ ମେଣ୍ଟିଲା ତୃଷ୍ଣା,

ଲବଣାକ୍ତ ଜଳ ସେଇ ।।

ସୁନ୍ଦରୀ ତରୁଣୀ, ମନ ନେଲା କିଣି,

ଖୁସି ହେଉଥିଲି ଯେତେ ।

ପ୍ରେମିକ ପ୍ରବର, ହଜାର ହଜାର,

ନୀତି ଦେଖୁଥାଏ କେତେ ।।

ବାଳୁତ ଭାବି ମୁଁ, ପଚାରିଲି ନାମ,

କହେ ବୟସ୍କର କଥା ।

ପ୍ରଶ୍ନ ବାଣ ତାର, ଅତି ଚମତ୍କାର,

ହୋଇଗଲା ମୁଣ୍ଡ ବ୍ୟଥା ।।

ସହି ନ ପାରିଣ, ଦୁଃଖୀ ଜନ ଦୁଃଖ,

କରିଲି ଅର୍ଥ ସହାୟ ।

ବିପଦ ଟଳିଲା, ସୁଖେ ଥିଲା ରହି,

ମୋତେ ଭାବି ନେଲା ହେୟ ।।


Rate this content
Log in