ଭାଲେଣ୍ଟାଇନ୍ ଡେ
ଭାଲେଣ୍ଟାଇନ୍ ଡେ
1 min
219
ତୁମ ପରମ୍ପରା ସାବିତ୍ରୀ ଉପାସ
ତୁମେ ତାକୁ ଟେକି ଧର
ଭାଲେଣ୍ଟାଇନ୍ ଡେ ଉଧାର ହେଲେ ବି
ବଡ ପସନ୍ଦ ଆମର (1)
ଆମେ ସବୁ ପରା ପ୍ରେମ ରାଇଜର
ଜଣେ ଜଣେ କଳାକାର
ପ୍ରଚାର ପ୍ରସାର ପାଇଁ ନେଇ ଅଛୁ
ମର୍ତ୍ତ୍ୟରେ ଏ ଅବତାର (2)
ମାଉଁସ ସାଙ୍ଗକୁ ବିଅର ବାସନା
ଆହା କେଡେ ମନୋହର
କୁଣ୍ଢା କୁଣ୍ଢି ହୋଇ ବସିବୁ ପାର୍କରେ
ନ ଥିବ ଘରେ ଖବର (3)
ପ୍ରେମ ରାଇଜରେ ବନ୍ଧନ ନାହିଁ
ଆମେ ସବୁ ଖୋଲା ପାରା
ମନ ଭରିଗଲେ ଆନମନା ହୋଇ
ଖୋଜିବୁ ଅନ୍ୟ ଆଶରା (4)
ବିନତୀ ଏତିକି କରୁଛୁ ତୁମକୁ
ଆମ ପ୍ରତି ଦୟା କର
ହଙ୍ଗାମା କରନା ପାର୍କରେ ପଶି
ଧରି ପତାକା ବ୍ୟାନର୍ (5)
