STORYMIRROR

Sunanda Mohanty

Others

3  

Sunanda Mohanty

Others

ଭାଇରସ

ଭାଇରସ

1 min
146

କରୋନା କୋଭିଡି ନାଇଣ୍ଟିନ 

କୋଡିଏ ମସିହାରୁ ଆସି ରହିଲାଣି 

ଯିବ ବୋଲି ଜମା ନାମ ଧରୁନି 

କେତେ ହଟହଟା ସତେ କଲାଣି 


ନିରବତା ଆଉ ଏକାନ୍ତ ବାସରେ 

ଅସ୍ତବ୍ୟସ୍ତ ଜୀବନ ଜୀବିକା ହେଲାଣି 

ପ୍ରତ୍ୟକ୍ଷ ପାଠ ଶାଠ ଚାଲିଲାନି 

ସାବୁନ ସାନିଟାଇଜର ଜୀବନ ରଖିଲାଣି 


ଶ୍ରମିକ ଭାଇ ହଟହଟା ହେଲେଣି 

ଯୋଦ୍ଧାମାନେ ଜୀବନ ବାଜି ଦେଲେଣି 

ଏକାନ୍ତବାସ ଓ ପିନ୍ଧିବା ମାସ୍କ 

ବାଧ୍ୟତାମୂଳକ ହେଇତ ଗଲାଣି 


ଟୀକା କୋଭିସିଲ୍ଡ କୋଭାକସିନ 

ସମସ୍ତେ ନେଲେଣି ଜରୁରୀ ହେଲାଣି 

ନିୟମ ଭିତରେ ଟୀକା କେନ୍ଦ୍ରଯିବାକୁ 

ସଭିଙ୍କର ଉତ୍ସାହ ବଢ଼ିଗଲାଣି 


ଏଵେ ଡେଲଟା ପ୍ଲୁସ ଭାଇରସ 

ଆସିବ ଜାଣି ସଭିଏଁ ଡ଼ରିଗଲେଣି 

ସାନ୍ତ୍ୱନା ଦିଅନ୍ତି ସରକାର ଉଜାଣି 

ମିଳିମିଶି କରୋନା ଭାଇରସ ଭସାଣି 


ପିଲାମାନେ ଯଦି ହେବେ ଆକ୍ରାନ୍ତ 

ପିତାମାତା ସର୍ବାଗ୍ରେ ଆତଙ୍କିତ 

ବୈଜ୍ଞାନିକ ମାନେ ଅଭୟ ଦିଅନ୍ତି 

ଟୀକା ନେବା ଯୋଜନା ରଖିଛନ୍ତି 


ଜଗତର ନାଥ ଜଗନ୍ନାଥ ଠାକୁର 

କାହିଁକି କରିବା ଭୟ ଏଥର 

ଯେତେ ଭାଇରସ ଆସୁ କ୍ଷଣିକ 

ଲୋପ ପାଇଯିବ ଆମେ ଯୋଦ୍ଧା ସୈନିକ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍