STORYMIRROR

shibaram dalai

Others

3  

shibaram dalai

Others

ଭାଗ୍ୟ

ଭାଗ୍ୟ

1 min
396

ସଂସାରରେ ସୁଖ ସାଉଁଟିବାକୁ ଇଛାକରି

ଅଜାଣତରେ କେତେବେଳେ

ଦୁଃଖକୁ ସାଉଁଟି ସାରିଛି

ତାହା ମୁଁ ଜାଣେନା

ବୋଧହୁଏ ସୁଖ ମୋ ଭାଗ୍ୟରେ ନାହିଁ ।


ସମୁଦ୍ର କୂଳେକୂଳେ ମୋତି ପାଇବାକୁ ଇଛା କରି

କେତେବେଳେ ଦିଗହରା ହେଇସାରିଛି

ତାହା ବି ଜାଣେନା ।


ଅଜଣା ରାଇଜେ ତୁମକୁ ଖୋଜୁ ଖୋଜୁ

କେତେବେଳେ

ଜୀବନ ଦୀପରୁ ଘିଅତକ ସରିଗଲାଣି

ତାହା ମୁଁ ଜାଣେନା 

ଖାଲି ଆଶା ରୂପୀ ସଳିତା ଖଣ୍ଡିକ ଜଳୁଛି 

କେବଳ ଟିକିଏ ସୁଖ ପାଇଁ ।


ଜୀବନର ସଞ୍ଜ ମାଡି ଆସିଲାଣି

ଅନତି ଦୂରରେ ପରିଜନ ମାନେ

ହାତଠାରି ଡ଼ାକିଲେଣି

ତଥାପି ମୋ ଆଶା ଟିକିଏ ସୁଖ ପାଇଁ


ଏବେ ମୁଁ ଜୀବନର ଭାଗଶେଷ ପାଇଛି

ବୋଧହୁଏ ସୁଖ ମୋ ଭାଗ୍ୟରେ ନାହିଁ ।



Rate this content
Log in