ଭାବର ଠାକୁର
ଭାବର ଠାକୁର
ଭାବକୁ ନିକଟ ଅଭାବେ ଦୂର
ଜୟ ଜଗନ୍ନାଥ କରୁଣା କର
ତୁମେ ଗତି ମୁକ୍ତି ଦାତା ଆମର
ତୁମ କରୁଣା ନପାଇ ହେଉ ହତାଦର
ଏ ସଂସାର ନାଵରେ ତୁମେ ନାଉରୀ
କାତ ମାରୁ ଆମେ ନିର୍ଦ୍ଦେଶରେ ତୁମରି
ନୀଳଚକ୍ର ବାନାକୁ ଦେଲେ ଚାହିଁ
ସତେକି ତୁମରି ସନ୍ଦେଶ ପାଇ
ଭାବେ ମୁଁ ହୁଅନ୍ତି ଦେବଦାସୀଟେ
ନାଚୁଥାନ୍ତି ନିଦ ନୟନକୁ ଆସିବା ଯାକେ
ଭାବରେ ଭାବେ ମୁଁ ହୁଅନ୍ତି ତୁଳସୀ ମାଳି
ଗଳାରେ ଓହଳି କରନ୍ତି ଅଳି
ଭାବରେ ଭାବେ ହୁଅନ୍ତି ଟୋପେ ଚନ୍ଦନ
ବାସ୍ନାରେ ବୁଜି ଦିଅନ୍ତ ଦୁଇ ଚକାନୟନ
ଅଗରୁ ଟିକିଏ ହୋଇ ବାସନ୍ତି ସତେ
ଚନ୍ଦନ ତୁଳସୀ ସାଥିରେ ରୁହନ୍ତି ମାଥେ
ସତରେ ପ୍ରଭୁହେ କରିନିଅନ୍ତ ଦାସି
ଫୁଲ ଗୁନ୍ଥି ରଖୁଥାନ୍ତି ମୁଁ ନିତି
ତୁମ ପାଦ ଧୂଳି ହୁଅନ୍ତି ଯଦି ଥରେ
ମୋକ୍ଷ ଲଭନ୍ତି ମୁଁ ନିର୍ଦ୍ୱନ୍ଦ୍ୱରେ
ଭାବର ଠାକୁର ଜୟ ଜଗତ ନାଥ
ଜଗନ୍ନାଥ ସଭିଙ୍କ ପୂରଣ କର ମନୋରଥ
ତୁମ ରଥଯାତ ଦେଖି ବେନି ନୟନେ
ଯିବି ଭାବୁଛି ସ୍ୱର୍ଗ ଧାମେ
ତୁମେ ତ ଆମର ସୁନା ମାଣିକ
ଶ୍ରେଷ୍ଠ ସହୋଦର ଶ୍ରେଷ୍ଠ ବଣିକ
ତୁମେ ଯୋଗୀର ଭୋଗିର ପୁଣି ସଂସାରୀର
କାହାର ନୁହଁ କୁହ ଆହେ ରକ୍ଷକ
ଶେଷରେ ଗୁହାରୀ କାଇଁଚମାଳିଆ
ଶୋଇ ଯାଅନି ଖାଇ
ଷାଠିଏ ପଉଟି ଅନ୍ନ ଥାଳିଆ
ଭାବ ଏ ସୃଷ୍ଟିର ସୁରକ୍ଷା
ଆହେ ଭାବ ବିନୋଦିଆ
ତୁମେ ଜଗନ୍ନାଥ ଜଗତର ନାଥ ସୁନାଥାଳିଆ
