STORYMIRROR

Maheswar sahoo

Others

3  

Maheswar sahoo

Others

ବଦଳି କାହିଁକି ଗଲେ

ବଦଳି କାହିଁକି ଗଲେ

1 min
179

ଛୋଟବେଳେ ଆମେ     ପଡି ଯାଉଥିଲେ,

        ସବୁ ମିଶି ଉଠାଇଲେ:

ଏବେ ଆମେଯେବେ      ଦଉଡି ପାରୁଛେ,

       ଗୋଡଟାଣି ପକାଇଲେ

        ବଦଳି କାହିଁକି ଗଲେ?


ନଖାଇଲେ ଆମେ       ଟାଣି ଖୁଆଇଲେ,

        ପେଟ ଦେଖି ଜାଣୁଥିଲେ:

ଏବେ ଯଦି ଆମେ         ନଖାଇ ସୁହନ୍ତି,

         ଖା ବୋଲି ନକହିଲେ

         ବଦଳି କାହିଁକି ଗଲେ?


ବାହାରକୁ ଗଲେ         ନଛାଡ଼ନ୍ତି ଜମା,

        ଯିବାକୁ ଏକା ନ ଦେଲେ:

ଖୋଜନା କିମ୍ପାଇଁ       ବିଳମ୍ବେ ଆସିଲେ,  

        ପଚାରନା ଖରାପ ଭଲେ

        ବଦଳି କାହିଁକି ଗଲେ?


କ୍ରୀତଦାସ ପରି          ହୋଇ ରହିଥିଲେ,

        ଅତ୍ୟାଚାର ପାଇଥିଲେ:

ଯେଉଁ ଇଙ୍ଗିରେଜ।         ଯୀଶୁଙ୍କ ଜନ୍ମରେ

        ନୂଆ ବର୍ଷ ମାନଇଲେ

        ବଦଳି କାହିଁକି ଗଲେ

ବିଷୁବ ସଂକ୍ରାନ୍ତି।           ଆମ ନୂଆ ବର୍ଷ,

        ଜାଣିଶୁଣି ଭୁଲି ଗଲେ:

ମହା ବିଷୁବଜେ           ଓଡ଼ିଆର ନବ,

       ବର୍ଷ ସୁବେଛା ନଦେଲେ

       ବଦଳି କାହିଁକି ଗଲେ?


କେଏକ କାଟିଲେ          ମହମ ଜାଳିଲେ,

        ଜନ୍ମଦିନ ମନାଇଲେ:

ଜନ୍ମଦିନ ପାଇଁ।           ପୂଜା ପର୍ବ ଛାଡି,

       ପରମ୍ପରା ଭୁଲିଗଲେ

       ବଦଳି କାହିଁକି ଗଲେ?


ସିଏତ କରୁଛି           ଆମେବି କରୁଛେ,

       ଦେଖି ଶିଖି ସବୁ ଚାଲେ:

ଦେଖି ଶିଖି ଯଦି          ପ୍ରଥା ବଦଳିଲା,

        ଆମେ ବି ବଦଳି ଗଲେ

    କହ ବଦଳି କାହିଁକି ଗଲେ???


ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର(ଭଦ୍ରକ)


Rate this content
Log in