STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ବଧୂ ବେଶେ ଥିବ

ବଧୂ ବେଶେ ଥିବ

1 min
13.3K


ରୂପ-ନଦୀ ନୀରେ କୁଆଁରୀ ଘାଟର

ଅନ୍ତିମ ଗାଧୁଆସାରି

କୁମାରୀ-ସଙ୍ଖାକୁ ବିଦାୟ ଜଣାଇ

ଥିବ ମୋ ପ୍ରତିକ୍ଷା କରି,

ଟିପି ଟିପି କରି ପିରତି ଚନ୍ଦନ

କପାଳରେ ସାଜିଥିବ...

ଲାଜୁଆ ରଙ୍ଗର ଅଭିସାର ଶାଢ଼ୀ

ଦେହେ ତୁମେ ପିନ୍ଧିଥିବ,

ଜୁଇ-ଯାଇ ମଲ୍ଲୀ-ମାଧବୀ-ମାଳତୀ

ପଥ ରହିଥିବେ ଚାହିଁ

ଭାରି ଅଭିମାନୀ ପ୍ରିୟାମୋର ବୋଲି

ସମସ୍ତଙ୍କୁ ଅଛି କହି,

ଜହ୍ନକୁ କହିଛି ରୋଷଣୀ ସାଜିବ

ତାରାଫୁଲ ଥିବ ତୋଳି

ଅଗଣା ଶିଉଳି ତୁମ ପାଇଁ ଥିବ

ଧରୀ ମହକ ଅଞ୍ଜୁଳୀ

ଅଳପ ହସର ଫୁଲ ପାଖୁଡ଼ାର

ମାଳଟିଏ ଥିବ ଥୋଇ

ବଧୂ ବେଶେ ଥିବ ଯାଇ ପହଞ୍ଜିବି

ସପନ-ସବାରି ନେଇ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍