STORYMIRROR

Prasant Kumar Nath

Others

3  

Prasant Kumar Nath

Others

ବଡ଼ ଠାକୁର ଆଜି ବଡ ଦାଣ୍ଡରେ

ବଡ଼ ଠାକୁର ଆଜି ବଡ ଦାଣ୍ଡରେ

1 min
27.8K


ବଡ ଠାକୁର ଆଜି ବଡ ଦାଣ୍ଡରେ

ମାଉସୀ ଘରକୁ ଯିବେ ବରଷେ ପରେ

ବିଜେ କରି ପ୍ରଭୁ ଆଜି ନନ୍ଦିଘୋଷରେ

ବଡ଼ଦାଣ୍ଡେ ଚାଲୁଥିବେ ଭକତ ମେଳେ ।

ବଡ଼ଠାକୁର ଆଜି........

ଭାଇ ଭଉଣୀଙ୍କୁ ଜଗା ସାଥିରେ ନେଇ

ଯାଆନ୍ତି ମାଉସୀ ଘରେ ରହିବା ପାଇଁ

ନଅ ଦିନ ପରେ ପୁଣି ଆସିବେ ଫେରି

ବାହୁଡା ଜାତରେ କମ୍ପି ଉଠିବ ପୁରୀ

ଭିଡ଼ ଲାଗି ରହିଥିବ ଏହି ଧାମରେ

ମନ ନାଚୁଥିବ ଖାଲି ଜଗା ପ୍ରେମରେ

ବଡ଼ ଠାକୁର ବିଜେ......

ଅତି ପାଖୁ କରିବାକୁ ପ୍ରଭୁ ଦର୍ଶନ

ନାଚି ଯାଉଛି ଆଜି ଭକତ ମନ

ଭକତ ଭାବୁଛି ତାର ଧିକ ଜୀବନ

ନକରିଛି ଥରେ ଯିଏ ପ୍ରଭୁ ଦର୍ଶନ

ଦେଶ ବିଦେଶରୁ ଭକ୍ତ ଭକ୍ତି ଭାବରେ

ଉଭା ହୋଇଛନ୍ତି ଆଜି ପୁରୀ ଧାମରେ

ବଡ଼ଠାକୁର ଆଜି........

କିଏ ଭିଡ଼େ ଏଠି ତାଳଧ୍ୱଜକୁ

କିଏ ଭିଡୁଥାଏ ପୁଣିନନ୍ଦିଘୋଷକୁ

ଆଉ କିଛି ଭକ୍ତ ମିଶି ଭିଡି ନିଅନ୍ତି

ସୁଭଦ୍ରାଙ୍କ ଦେବଦଳନ ରଥକୁ

ହରିବୋଲ ହୁଳହୁଳି ଥାଏ ତୁଣ୍ଡରେ

ଭକ୍ତ ମନ ଭରି ଥାଏ ପୁରା ନିଷ୍ଠାରେ

ବଡ଼ ଠାକୁର ଆଜି.......

ଶୁଭୁଥାଏ ଶଙ୍ଖ ଆଉ ଶୁଭେ ମୃଦଙ୍ଗ

ତାଳେ ତାଳେ ହଲୁଥାଏ ସଭିଙ୍କ ଅଙ୍ଗ

ଭାଇ ଭଉଣୀ ଆଜି ହୋଇକି ସଙ୍ଗ

ବିଞ୍ଚି ଦେଉଥାନ୍ତି କେତେ ଭାବର ରଙ୍ଗ

ପଣ୍ଡା ମାନଙ୍କର ଆଜି ବେତ ମାଡରେ

ବଡ଼ଦାଣ୍ଡ କମ୍ପେ ହୋ ଭକାତେ ହୋ ନାଦରେ

ବଡ଼ ଠାକୁର ଆଜି.......

ଯା ସାଥେ ଲାଗିବ ଥରେ ଭାବର ଡୋରି

ପହଞ୍ଚିବ ଯାଇ ସିଏ ନିଶ୍ଚୟ ପୁରୀ

ପ୍ରଭୁଙ୍କ କରୁଣା ଥରେ ପଡ଼ିଲେ ଝରି

ରାଜା ହୋଇପାରେ ପରା ଦାଣ୍ଡ ଭିକାରୀ ।

ରଥର ଦଉଡି ଥରେ ଛୁଇଁଲା ପରେ

ଜାଣିବ ଶକତି କେତେ ସେହି ରଥରେ

ବଡ଼ ଠାକୁର ଆଜି......

ମାଉସୀ ଘରକୁ ଯିବେ ବରଷେ ପରେ ।


******

ପ୍ରଶାନ୍ତ କୁମାର ନାଥ


Rate this content
Log in