STORYMIRROR

Anil kumar Pradhan

Others

4.0  

Anil kumar Pradhan

Others

ବାଉଳା ଉବାଚ

ବାଉଳା ଉବାଚ

1 min
227


ଭାଈ ଶୁଣଥରେ ଦେଇ କାନ

ମାନବ ଜାତିର ଉନ୍ନତିକୁ ଦେଖି ଦେବତା ବି ହଇରାଣ ll


ବ୍ରହ୍ମା ସିନା ଜନ୍ମ ଦେଇଥିଲେ ତାକୁ

ମର୍ତ୍ତ୍ୟରେ ବଂଚିବା ପାଇଁ

ଶକ୍ତି ବଳେ ସେହି ନାମାନିଲା କିଛି

ସ୍ୱର୍ଗ ,ପାତାଳକୁ ଗଲା ଖାଇ

ଭାଈ ଶୁଣଥରେ କର୍ଣ୍ଣଦେଇ

ପାଳନ କରତା ,ସଂହାର କରତା କିପରି ସହିବେ ଭାଈ ll


ଭକ୍ତିଭାବ ପାଇଁ ମାନବକୁ ଦେବେ

କରୁଥିଲେ ଶ୍ରଦ୍ଧା-ପ୍ରେମ

ରାକ୍ଷସପ୍ରବୃତ୍ତି କେତେବା ସହିବେ

ଧର୍ମବୀର ରଘୁରାମ ll


ଯେଉଁ ଅତ୍ୟାଚାର ପାଇଁ ବଂଶୀଧର

କୁରୁକ୍ଷେତ୍ରେ ଉଭାଥିଲେ

ସେହି କର୍ମସବୁ ନିତି ହୁଏ ଏଠି

କିଏ ବା ସହିବ ଭଲେ

ଶୁଣ ଜ୍ଞାନି-ଗୁଣି ଜନ

ଅସୁର ପ୍ରବୃତ୍ତି ,ଅଧର୍ମ କିରତି ଛାଡ଼ ହେଜି ରଘୁରଣା ll


<

/p>

ମାନବ ଜାତିକୁ ଯେଉଁ ଆଶାରଖି

ଦେଇଥିଲେ ଲକ୍ଷ୍ମୀପତି

ବେଦକୁ ସମର୍ପି , ଜ୍ଞାତ କର୍ମଦେଖି

ବ୍ୟଥିତ ପ୍ରଭୁଙ୍କ ମତି ll


ଯାହା ପାଇଁ ପ୍ରଭୁ କମଳ ନୟନ

ଦଶ ଅବତାର ନେଲେ

ସେହି ଯଦି ପ୍ରଭୁ ସର୍ଜନା ନାସିବ

କିଏବା ସହିବ ଭଲେ

ଅବା ବୁଝୁନାହଁ ଆଜିଯାଏ କେହି

ପ୍ରଭୁଙ୍କନାମକୁ ତେଜିଣ ମନରୁ ଦେଖାଅ କେଡ଼େ ବଡେଇ


ସମୟ ଆଜିବି ଅଛି

ଭାଈ-ଭଉଣିଙ୍କୁ ଏତିକି ପ୍ରାର୍ଥନା ପ୍ରଭୁପାଦେ ଦିଅ ମତି ll

ନିଜ କର୍ମକ୍ଷେତ୍ରେ ନଭୁଲି ସଭିଏଁ

କରୁଥାଅ ନିତି କର୍ମ

ଆରକେ କ୍ଷେତ୍ରକୁ ନଯାଅ କେବେହେଁ

ଧର୍ମୀ ହୁଅ ତେଜି ଭ୍ରମ

କ୍ଷମିବ ଭଉଣି ଭାଈ

ମହାମୂର୍ଖ ମୁଁଯେ ଅନୀଳ ଲେଖଇ

ଜଗନ୍ନାଥପାଦେ ଧ୍ୟାୟି Il

-କଢ଼ଲିପି -



Rate this content
Log in