STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ବାତ୍ସଲ୍ୟ ପ୍ରେମ

ବାତ୍ସଲ୍ୟ ପ୍ରେମ

1 min
134


ଉଠିଯା ଧନ ଉଠିଯା ମୋ ସୁନା

  କାଉ ତ ଦେଲେଣି ରାବି 

 ତୁ ଶୋଇଥିଲେ ଘର ମୋ ଅନ୍ଧାର

  ନଭେ ଉଇଁଲେ ବି ରବି।

  ତୁ ମୋ ଜୀବନ ରବି।୦।


ଖାଇଦେ ଗୋଳେଇ ଭାତ ଡାଲି ଆଳୁ

  ମାମୁଁ ମାଇଁ କରି ଗୋଲି 

ତୋ ଅଇଁଠା ଗୁଣ୍ଡା ମୋ ପାଇଁ ପ୍ରସାଦ

  ତୁ ମୋ ଧନ ସଙ୍ଖାଳି।୧।


ତୋ ଦେହେ ଦେଖି ଖଇଫୁଟା ତାତି

  କଟେ ଅନିଦ୍ରାରେ ରାତି 

 ତୁ ହସୁଥିଲେ ହସେ ମୋ ସଂସାର

  ଦିନ ମୋର ଯାଏ ବିତି।୨।


ଦୂରେ ଯେବେ ଯାଉ ବିଳମ୍ବରେ ଫେରୁ

  ଅନ୍ଧ ହୋଇଯାଏ ଆଖି 

 ତୁ ଏ ଅନ୍ଧର ଲଉଡି ବାବୁରେ

  ରହିଛି କାଳିଆ ସାକ୍ଷୀ।୩।


ଏ ବାତ୍ସଲ୍ୟ ପ୍ରେମ ସବୁଠୁ ନିଆରା

  ତଉଲିବୁ ନାହିଁ କେବେ 

ଛୋଟ କରିବୁନି ଏ ଧନକୁ ତୋର

  ମରିଯିବି ମୁଁ ସରମେ।୪।



Rate this content
Log in