ବାସ୍ତବତାଟିକୁ ହେଜିବା
ବାସ୍ତବତାଟିକୁ ହେଜିବା
1 min
51
ସାଧାରଣତନ୍ତ୍ର ନାମକୁ ମାତର
ଶାସକର ଫୁଲେ ନିଶ
ଅହିଂସା ମନ୍ତର ବକୃତାର ଧାଡି
ଅସାଧାରଣ ଏ ମଣିଷ....
ରାଜା ଶାସନର ରାଜତନ୍ତ୍ର ଗଲା
ଲାଗୁହେଲା ଗଣତନ୍ତ୍ର
ଗଣ ସଙ୍ଗଠନ ଶାସକ ଲଗାମ
ଚାଲିଛି ଶାସକ ତନ୍ତ୍ର.....
ଲୁଣ୍ଠିତ ଜନନୀ ନୀରବେ ଚିନ୍ତିତ
ଦେଖି ଅପାରଗ ପୁତ୍ର
କି ଅବା କରିବ କେହିତ ଦିସୁନି
କୀର୍ତ୍ତିମାନ ବୀରପୁତ୍ର..... !
ଜନଗଣ ଗାଇ ଦିବସ ସରିଲା
ବାସ୍ତବତା ଟିକୁ ହେଜିବା
ସହିଦ୍ ଙ୍କୁ ସ୍ମରି ଅନୀତି ସଂହାରି
ମାତୃଭୂମୀ ଋଣ ସୁଝିବା......।