ବାପୁଜୀ
ବାପୁଜୀ
ତୁମେ ଫେରିଆସ ଶାନ୍ତିଦୂତ
ଧରି ହାତେ ଅଂହିସାର ମନ୍ତ୍ର
ତୁମପରି କରିଦିଅ ସଭିଙ୍କୁ ଶୁଦ୍ଧପୁତ
ତୁମ ଦାନର ତୁଳନା କାହିଁ ଦେଶଭକ୍ତ
ପ୍ରଣାମ କରେ ବାରେ ଫେରିଆସ ସୁପୁତ୍ର
ତୁମ ଅରଟ ଗଲାଣି ହୁଗୁଳି
ତିନି ମାଙ୍କଡ଼ ଫିଟାଇ ଶିକୁଳି
ତୁମ ଘଡି ଟିକ ଟିକ କହୁନିତ
ତୁମ ବାଡ଼ି ଧରି ଫେର ରଖ ଧରା ମହତ
ଯୁଦ୍ଧ ବିଭୀଷିକା ହେବ ସମାପ୍ତ
ଦୁର୍ଦ୍ଦିନରେ ସାହା ହୁଅ ଭଗତ ବଢାଇ ହସ୍ତ
ଯାହା ଅଧା ଥିଲା କରିଯାଅ ସମାପ୍ତ
ପରିସ୍ଥିତି ଦେଖି କାର୍ଯ୍ୟ କରିବାକୁ ଶିଖାଇ
ନିଜ ହସ୍ତେ ନିଜ କାମ କଲେ ଆନନ୍ଦ ମିଳଇ
କହିଯାଅ ବାପୁ ଆଣି ଶାସ୍ତ୍ରୀଜୀଙ୍କ ଧରି ହସ୍ତ
ଫେରିଆସ ଫେରିଆସ ମୋହନ ଦାସ ବରପୁତ୍ର
ଏବେବି ଖୋଜୁଛି ସାବରମତୀ ଆଶ୍ରମ
ଜଗାଇ ପ୍ରାଣରେ ନୂତନ କରମ
କହେ ଧନ୍ୟ ବାପୁ ଧନ୍ୟ ତୁମ ଜନମ
ତୁମେ ଚାଲିଗଲ ଧରାରେ ସରମ
ଫେରିଆସି ଭରିଦିଅ ଶୀତଳ ଚନ୍ଦନ କର୍ମ।
