ବାପା
ବାପା
1 min
189
ଅରୁଚିକର ତ ପିତା ପାଟି ପାଇଁ
ଦେହ ପାଇଁ ହିତକର
ମନେ ପୀଡ଼ା ଦିଏ ପିତା କଥା ବାବୁ
ଭବିଷ୍ୟକୁ ସୁଖକର।୦।
ମାଆ ସ୍ନେହ ଶ୍ରଦ୍ଧା ସଭିଏଁ ଜାଣନ୍ତି
ଅଦୃଶ୍ୟ ବାପାର ପ୍ରେମ
ବାପା ତ ସରଗ ସେ ପରମ ତପ
ବାପା ହିଁ ପରମ ଧର୍ମ।୧।
ସନ୍ତାନ ଦୁଃଖରେ ସମ ଦୁଃଖୀ ହୋଇ
ବାପା କାନ୍ଦେ ଲୁଚି ଲୁଚି
ସନ୍ତାନ ଖୁସିକୁ ସାଙ୍ଗ ସାଥୀ ମେଳେ
ବାଣ୍ଟେ ବାପା କିଛିକିଛି।୨।
ବାପାର ହୃଦୟ ପଥରଠୁ ଟାଣ
ବଜ୍ର ପରି ତାହା ମନ
ଆସୁ ଝଡଝଞ୍ଜା ବାଆ କି ବତାସ
ସତେ ଅବା ବଟ ଦ୍ରୁମ।୩।
କହୁନାହିଁ ମୁହିଁ ବଡ଼ କରି କିଛି
ବାପାଙ୍କ ବଡିମା କଥା
ବାପାର ହୃଦୟେ ବୁଝ ଥରେ ତୁହି
ବାପାଙ୍କ ମନର ବ୍ୟଥା।୪।
