ବାପା
ବାପା
ଦରଦ ଦରଜ ବୁକୁପରେ ଚାପି ଜଳନ୍ତି ଦୁଃଖ ଦାହରେ
ବିଶାଳ ଧୈର୍ଯ୍ୟର ବନ୍ଧ ବାନ୍ଧି ଥାନ୍ତି ନିଜ ନିସ୍ବ ହୃଦୟରେ ।
କର୍ତ୍ତବ୍ୟର ଧାରେ ସଦା ସେ' ତପ୍ତର ଚଳନ୍ତି ଠାକୁର ସମ
ବିପଦର ସିଏ ସୁରକ୍ଷା ପ୍ରାଚୀର ଦମ୍ଭେ ସ୍ବର୍ଗଠୁ ମହାନ ।
ସୁଗୁଣ ସଂସ୍କାର ମାର୍ଜିତ ବିଚାରେ ଗଢିଥାନ୍ତି ପରିବାର
ଗୁରୁ ସମ ଜ୍ଞାନ କରନ୍ତି ପ୍ରଦାନ ଅକାଟ୍ୟର ବାକ୍ୟ ଧାର ।
ଜୀବନ ଅସ୍ଥିତ୍ବ ବିଶ୍ବାସ ସାମର୍ଥ୍ୟ ଜନନୀ ସିନ୍ଥି ସିନ୍ଦୂର
ଅମୃତ ଜିହ୍ବା ମୋ' ଗୁଣଗାନ କରୁ ଥିବା ଯାଏଁ ଦେହ ମୋର ।
ବାହାରଟା ଶକ୍ତ ଅନ୍ତର କୋମଳ ଇଶ୍ବରଙ୍କ ପ୍ରତିରୂପ
ସିନ୍ଧୁଠୁ ଗଭୀର ହୃଦୟଟା ତାଙ୍କ ଶାସନେ ଅଟନ୍ତି ତୋପ ।
ସ୍ନେହ ପ୍ରେମ ତ୍ୟାଗ ଅଦମ୍ୟ ଆକଟ ଆଶା ଭରଷାର ଛତା
ସର୍ବନିୟନ୍ତାଙ୍କ ଦେବଦୂତ ସତେ ଜୀବନର ଅର୍ଣ୍ଣଦାତା ।
ଅସୀମ ପ୍ରୟାସେ ସ୍ଥିତପ୍ରଜ୍ଞ ଋଷି ପ୍ରେରଣାର ସ୍ବତଃ ଉତ୍ସ
ସେଇ ଆମ ବାପା ଚଳନ୍ତି ଦେବତା ସେଇ ଏକା ସର୍ବ ସୁଖ ।
