STORYMIRROR

Bishnu priya Jena

Others

3  

Bishnu priya Jena

Others

ବାପା

ବାପା

1 min
197

ବାପା ଥିଲେ ପୁତ୍ର ସଭାରେ ହାରେନାଁ

ବାପା ତ ଘର ର ଛାତ

ଛାତ ଥିଲେ ସିନା ମୁଣ୍ଡ ଗୁଞ୍ଜିଦେବା

ନ ହେଲେ ରାସ୍ତାର ଭିକାରୀ ସମ।


ବାପାଙ୍କ ହୃଦୟ ନଡ଼ିଆ ସଦୃଶ

ଉପର ଟା‌ ଟାଣ ଭିତରେ ନରମ ଭାରି

ତାଙ୍କ ଆକଟରେ ପିଲାମାନେ

ସଂସ୍କାରି ହୋଇ ବଢନ୍ତି ପୁଣି।


ବାପା ଯେ ପରିବାର ମେରୁଦଣ୍ଡ

ଯେତେ ବିପଦ ଆସିଲେ

ଧର୍ଯ୍ୟହରା ହୁଅନ୍ତିନି

ଦୁଃଖ ହେଉ ଅବା ହେଉ ଯେତେ କଷ୍ଟ

ମୁଣ୍ଡପାତି ସହି ଯାଆନ୍ତି।


ମୁଣ୍ଡ ଝାଳ ତୁଣ୍ଡେ ମାରି ସକାଳରୁ ସଞ୍ଜ

ପରିବାର ପ୍ରତି ପୋଷଣ ପାଇଁ

ସଂଘର୍ଷ କରି ନିଜକୁ ଭୁଲି ଜାଇ

ପରିବାର ପାଇଁ ବଞ୍ଚନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍