STORYMIRROR

Santosh Pattnayak

Others

3  

Santosh Pattnayak

Others

ବାପା

ବାପା

1 min
136


ଘରର ମୂଳ ଖୁଣ୍ଟ

ମୁଣ୍ଡ ଉପର ଛାତ

ଅସୀମ ଦୁଃଖକୁ

ଛାତିରେ ଚାପି

ମୁଁହରେ ଫୁଟାନ୍ତି ହସ...


ବିଶାଳ ସଂସାରେ

ଘର ଯଦି ସ୍ବର୍ଗ

ବାପା ଜଣେ ସୁଖ ଗଛ

ଘର ଅଗଣାରେ

ବାପା ତୁଳସୀ ଗଛ

ମାଆ ସହ ଆମେ ସେବକ 


 ତାଙ୍କରି ସେବାରେ 

 ମିଳଇ ସଂସ୍କାର 

ଦେହ ମନ ଲଭେ ସ୍ବଚ୍ଛ 


ବାପାଙ୍କ ପାଇଁ 

ବିଶେଷଣ ନାହିଁ,

କଥା ଆଉ କବିତାରେ 

ଭାବ ଭାବନାରେ

ସବୁରି ପ୍ରାଣରେ 

ଥାଆନ୍ତୁ ଅମର ହୋଇ .....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍