ବାପା
ବାପା
ମୋ ପ୍ରତିଟି ରକ୍ତ ବିନ୍ଦୁ
ତୁମ ସୃଜନ ସମ୍ଭୁତ,
ତୁମେ ସର୍ବସ୍ବ ଦେଇ ମୋତେ
କରିଛ ତେଜୋଦୀପ୍ତ,,
ଜୀଵନ ତମାମ ତୁମ ଶାସନ
କରିଛି ମାଟିରୁ ମଣିଷ ,
ତୁମ ସତ୍ୟ ନିଷ୍ଠ ବ୍ୟକ୍ତିତ୍ୱ
ଧୋଇଛି ପ୍ରାଣରୁ କଳୁଷ ,,
ତୁମ ଅପରିସୀମ ବିଶ୍ୱାସ
କରିଛି ଚେତନା ମାର୍ଜିତ,
ତୁମ ଆଶିଷ ର ଧାରେ
ଜୀଵନ ହୋଇଛି ସମୃଦ୍ଧ ,,
ଚେତନା ର ପରିସର
ତୁମ ଦିଗଦର୍ଶନ ଆପ୍ଳୁତ ,
ଖୋଜେ ତୁମକୁ ଏକାନ୍ତରେ
ମୋ ଜୀବନର ପ୍ରତି ମୁହୂର୍ତ୍ତ,
ତୁମ ସତ୍ ଉପଦେଶ
ଦେଖାଏ ସମାଧାନର ପଥ ,,
ପ୍ରହରୀ ସାଜେ ତୁମ ଉପସ୍ଥିତି
ହୁଏନି କେବେ ବ୍ୟସ୍ତ ବିବ୍ରତ,
ତୁମ ବ୍ୟତିରେକ ଅସ୍ତିତ୍ୱହୀନ
ତୁମେ ମୋର ସୁରକ୍ଷାର ଛାତ,,....
*ସୌମ୍ୟା*
