STORYMIRROR

Soumya Shubhadarshinee

Others

2  

Soumya Shubhadarshinee

Others

ବାପା

ବାପା

1 min
1.4K



ମୋ ପ୍ରତିଟି ରକ୍ତ ବିନ୍ଦୁ

ତୁମ ସୃଜନ ସମ୍ଭୁତ


ତୁମେ ସର୍ବସ୍ବ ଦେଇ ମୋତେ

କରିଛ ତେଜୋଦୀପ୍ତ


ଜୀଵନ ତମାମ ତୁମ ଶାସନ

କରିଛି ମାଟି ରୁ ମଣିଷ


ତୁମ ସତ୍ୟ ନିଷ୍ଠ ବ୍ୟକ୍ତିତ୍ୱ

ଧୋଇଛି ପ୍ରାଣରୁ କଳୁଷ


ତୁମ ଅପରିସୀମ ବିଶ୍ୱାସ

କରିଛି ଚେତନା ମାର୍ଜିତ


ତୁମ ଆଶିଷ ର ଧାରେ

ଜୀଵନ ହୋଇଛି ସମୃଦ୍ଧ


ଚେତନା ର ପରିସର

ତୁମ ଦିଗ ଦର୍ଶନ ଆପ୍ଳୁତ


ଖୋଜେ ତୁମକୁ ଏକାନ୍ତରେ

ମୋ ଜୀବନର ପ୍ରତି ମୁହୂର୍ତ୍ତ


ତୁମ ସତ୍ ଉପଦେଶ

ଦେଖାଏ ସମାଧାନର ପଥ


ପ୍ରହରୀ ସାଜେ ତୁମ ଉପସ୍ଥିତି

ହୁଏନି କେବେ ବ୍ୟସ୍ତ ବିବ୍ରତ


ତୁମ ବ୍ୟତିରେକ ଅସ୍ତିତ୍ୱହୀନ

ତୁମେ ମୋର ସୁରକ୍ଷାର ଛାତ


*ସୌମ୍ୟା*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍