STORYMIRROR

Pankajini Upadhaya

Others

3  

Pankajini Upadhaya

Others

ବାପା ଛୋଟିଆ ଶବ୍ଦଟିଏ

ବାପା ଛୋଟିଆ ଶବ୍ଦଟିଏ

1 min
13.3K


ବାପା ଛୋଟିଆ ଶବ୍ଦଟିଏ

ମୋ ଜୀବନର ପୃଷ୍ଠାଟିଏ

ବାପା ବିନା ମୋର ସ୍ଥିତି

ନା ଅବସ୍ଥିତି

ଜୀବନ ସେଇଠି

ସବୁ ଭୁଲ ଭ୍ରାନ୍ତିର

ଖୋଲା ପଣର

ତୁଚ୍ଛା ଆବେଗରେ

ସବୁଠି ସ୍ଥିତି

କାମନାର ଜ୍ବଳନରେ

ନିଶାସକ୍ତ ଉଦ୍ଦାମତାରେ

କର୍ତ୍ତବ୍ୟହୀନତାର ଦ୍ବାହିରେ

ହଜିଗଲା ଅସତ୍ଯରେ

ସେଇ ବିସ୍ତୃତି

ସବୁ ଅବୋଧପଣକୁ

ଅମାନିଆ ଅସ୍ଥିରତାକୁ

ଅଝଟିଆ ମୁହୂର୍ତ୍ତକୁ

ଏକାକିତ୍ବ ଜାହିରକୁ

ସେଠି ପ୍ରସ୍ତୁତି

ସବୁଠି ସଜାଡିବାର

ଅଭେଦ୍ଯ ଅନ୍ବେଷଣ

ନିରବତାର ପାହାଛରେ

ଧୈର୍ଯ୍ଯର ପାହାଡଟିଏ

ସେଇ ସ୍ମୃତି

ଅଙ୍କାବଙ୍କା ରାସ୍ତାରେ

ଝୁଣ୍ଟି ପଡିବାର ବେଳେ

ଭୁଲି ଯିବାର ଭୟ

ଠିକ୍ ରାସ୍ତା ମିଳିବାରେ

ସେଇ ପ୍ରସ୍ତୁତି

ସବୁ ଅବ୍ଯବସ୍ଥା ଭିତରେ

ଆଗକୁ ବଢିବା ରାସ୍ତାଟା

ସହଜ ଠିକଣା ମିଳିବା

କାହା ପାଇଁ

କିଏ ସେ ଭଗବାନ

କି ପରିଚୟ ତାର

ମୋ ପାଇଁ ଇତିହାସ

ମୋ ଇଲାକାର ମାଲିକ

ମୋର ଚଳନ୍ତି ଈଶ୍ୱର

ମୋ ବାପା ମୋ ବାପା ମୋବାପା।


સામગ્રીને રેટ આપો
લોગિન