STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ବାଜପେୟୀ ତୁମେ କାଳଜୟୀ

ବାଜପେୟୀ ତୁମେ କାଳଜୟୀ

2 mins
14K


ତୁମେ ହେ କଳା ର କଳିକା କର୍ମର ଜ୍ବଳନ୍ତ ଶିଖା,

ସାହିତ୍ୟ ମଳୟେ ବସନ୍ତ କୋକିଳ କର୍ତ୍ତବ୍ୟେ ମାନବ ଦିକ୍ଷା।

ବ୍ରାହ୍ମଣ କୂଳରେ ଜନମ ଲଭିଲ ଆଚରିଲ ବ୍ରହ୍ମଚର୍ଯ୍ୟ,

ଅଟଳ ହୋଇଛ କର୍ମବୀର ସାଜି ଅଟଳ ତୁମରି ଧୈର୍ଯ୍ୟ।

କୃଷ୍ଣା କୃଷ୍ଣଙ୍କର ଔରସୁ ଜନ୍ମିତ କୂଳ ମଣ୍ଡନକୁ କରି,

ବଂଶ ଗୁଣେ ଗୁଣୀ ସାହିତ୍ୟ ସାଧକ ଅମର ଲେଖନୀ ଧରି।

"ବୀଜୟପତାକା" ଶିଖାଇଲା ପଥ ମାର୍ଗଦର୍ଶକଟେ ସାଜି,

ସ୍ବାଧୀନ ସଂଗ୍ରାମେ କାରା ଭୋଗକାରୀ ଇଁରେଜ ସର୍କାରେ ବାଜି।

ଭାରତୀୟ ଜନ ସଂଘ ଗଠନେ ସାଧକଟେ ତୁମ୍ଭେ ସାଜି,

ବାଜପେୟୀ ତୁମେ ବୀରକର୍ମା ହେଲ କର୍ମମୟେ ରଚି ବାଜି।

୬, ୯, ୧୩, ସିଦ୍ଧି ସାଧିଲ ସାଧକ ଜୀବନ ଖେଳେ,

୬, ମାସ କାରା, ୯ ବାର ବିଜୟୀ, ୧୩ ଦିନ ଶାସନ ଭାରେ।

୩୩ଶ ବରଷେ ରାଜନୀତି ଲଢ଼ି ଜନ ହୃଦେ ବିକଶିଲ,

ଜାତିସଂଘ ମଧ୍ଯେ ଜାତି, ମାତୃଭାଷା ଗାଇ ଗୌରବ ରଖିଲ।

କର୍ମବୀର ସାଜି ଭାରତ ଭୂଇଁର ବିକାଶର ଗୁଣ ଭରି,

ପରମାଣବିକ ଶକ୍ତି ସାଧିଲ ପୋଖରାନ୍ ପରୀକ୍ଷା କରି।

ଗୁପ୍ତ ମନ୍ତ୍ରଣା ଶୁପ୍ତ କଲ ହେ ବିଶ୍ଵ ଦରବାରେ ତୁମେ,

ଭାରତୀୟ ଜ୍ଞାନ କୌଶଳ କଳା କୁ ଜାଗରୀତ କଲ ମନେ।

ଦେଶର ଅଗ୍ରଣ୍ୟେ ମନ ବଳାଇଲ ନାନା ବିକାଶର ପଥେ,

ନୂଆଁ ନୂଆଁ ନୀତି ବିଜ୍ଞାନ ଅଗ୍ରତି ଗମନାଗମନ ସାଥେ।

ଶତ ବର୍ଷର ସମାଧାନ କରି କାବେରୀ ବିବାଦ ଘେନି,

ଶିକ୍ଷା, ସୁରକ୍ଷା, ବ୍ୟାପାର ସୁଯୋଗ ବିଜୁଳି ବିକାଶ ପୁଣି।

ଭାତୃ ବଇରି ପାକିସ୍ତାନ କୁଟେ ରଚିଲା ଛଦ୍ମବେଶ,

କାରଗିଲ ଯୁଦ୍ଧେ ଗରଜି କହିଲ ଆସ ରେ ବର୍ବରେ ଆସ।

ବିଜୟୀ ପତାକା ଉଡାଇ ପଥରେ ନୁଆଇଁ ପାକ୍ ର ମଥା,

ପରିଚୟ ଦେଲ ଭାରତୀୟ ବୀର ସାମର୍ଥ୍ୟ ର ମହାନତା।

ପବିତ୍ର ବନ୍ଧନେ ସଂପର୍କ ସ୍ଥାପନ ଲାହୋର ସଡକ ଜୋଖି,

ଖୋଲିଦେଲ ତୁମେ ଉଦାରତା ମନେ ପାପୀ ପାକିସ୍ତାନୀ ଆଖି।

ମୁଶାରଫ ଯେବେ ମୂଷା ମନ ନେଇ କାଶ୍ମୀର ବାଦି ହେଲା,

କାରଗିଲ ଯୁଦ୍ଧେ ସୁଚାଇ ଦେଲ ହେ "ଭାରତୀୟେ" ସିଂହ ପିଲା।

ଶାସକେ ରଞ୍ଜିତ ଶାସନ କର୍ତ୍ତବ୍ଯେ କର୍ମେ କର୍ମବୀର ତୁମେ,

ସାହିତ୍ୟ ସଉଧେ ପଥ ପ୍ରଦର୍ଶକ ନାନା କୀରତି ରଚନେ।

ବୀର ଅର୍ଜୁନ, ପଞ୍ଚଜନ୍ୟ ପରି ରାଷ୍ଟ୍ରଧର୍ମେ ସଂପାଦନା,

"ଅନ୍ତର୍ଦାହ" ଭଳି କୋକିଳ କଣ୍ଠର ସ୍ବର ମଧୁର ମୂର୍ଚ୍ଛନା।

ନାନାଦି ରଚିତ କାବ୍ୟ ସଂମ୍ଭାର ସାହିତ୍ୟ ଅମୂଲ୍ୟ ରତ୍ନ,

ପଦ୍ମ ଭୂଷଣ, ଭାରତ ରତ୍ନ, ଲୋକମାନ୍ୟାଦି ଭୂଷଣ।

ଅଟଳ ତୁମେ ହେ ଅଟଳ ଜୀବନେ କର୍ତ୍ତବ୍ୟର ଦିଗଦର୍ଶି,

ତୁମକୁ ହରାଇ ଭାରତ କୋଳରୁ ମର୍ମାହତ ଦେଶବାସୀ।


କାଳଜୟୀ ବାଜପେୟୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି।

ବିଷ୍ଣୁ ପ୍ରସାଦ ମିଶ୍ର କୋରାପୁଟ 9124049129


Rate this content
Log in