Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଅକ୍ଷୟ କୁମାର ବେହେରା

Others

4.1  

ଅକ୍ଷୟ କୁମାର ବେହେରା

Others

ବାହୁଡ଼ା ଯାତ

ବାହୁଡ଼ା ଯାତ

1 min
42


ବାହୁଡ଼ା ଯାତ


କାଳିଆ ଠାକୁର ଲିଳା ତୋ' ଅପାର

କିଏ ବା ବୁଝି ପାରିବ,

ଭକତ ବତ୍ସଳ ହୋଇଣ ବିକଳ

କି ଭାବେ ଲଗାଅ ଭାବ ।


ଶରଧା ବାଲିରେ ଦେଖା ଦେଲ ଆସି

ଭାଇ ଭଉଣୀଙ୍କ ସାଥେ,

ବରଷକେ ଥରେ ଦର୍ଶନ ଦେଉଛ

ବସି ନନ୍ଦିଘୋଷ ରଥେ ।


ବଡ଼ଦାଣ୍ଡେ ଗଡ଼ି ଗଡ଼ି ଗଲା ରଥ

ମାଉସୀ ମାଆଙ୍କ ଘର,

ନଅଦିନ ରହି ବାହୁଡ଼ି ଆସିଲ

ଆନନ୍ଦରେ ଶ୍ରୀମନ୍ଦିର ।


ଜନମ ବେଦୀରୁୁ ବାହୁଡ଼ିବା ଦିନ

ପ୍ରସିଦ୍ଧ ବାହୁଡ଼ା ଯାତ,

ସେହି ଦିନ ରତ୍ନବେଦୀ କୁ ଫେରିଲ

ମହା ପ୍ରଭୁ ଜଗନ୍ନାଥ ।



Rate this content
Log in