STORYMIRROR

Minakshi Samal

Others

3  

Minakshi Samal

Others

ॐ ନମଃ ଶିବାୟ

ॐ ନମଃ ଶିବାୟ

1 min
307


ବ୍ୟାଘ୍ରଛାଲ ପରେ ହୋଇ ଆସୀନ

ସମଗ୍ର ଶରୀରେ ଭଷ୍ମ ଲେପନ

ରୁଦ୍ରାକ୍ଷ ,ସର୍ପ କରି ଆଭୂଷଣ

କୈଳାସପତି କର ହେ କଲ୍ୟାଣ।


ଜଟା ଜୁଟଧାରୀ ଶ୍ମଶାନ ବାସୀ

ମସ୍ତକେ ଶୋଭିତ ଗଙ୍ଗା ଓ ଶଶୀ

ବ୍ୟାଘ୍ରଚର୍ମକୁ କରି ପରିଧାନ

ତ୍ରିକାଳଦର୍ଶୀ ହେ ଜଗବନ୍ଦନ।


ହଳାହଳ ଗରଳ ପାନ କଲ

ଜଗତ ହିତେ ନୀଳକଣ୍ଠ ହେଲ

ପ୍ରଳୟର ପ୍ରତୀକ ନାମମାତ୍ର

ଚନ୍ଦ୍ରଶେଖର ତୁମେ ଆଶୁତୋଷ।


ମହେଶ୍ବର ହେ ଅର୍ଦ୍ଧନାରୀଶ୍ବର

ଜଗତ୍ ହିତ ଅଭିଳାଷ ତୁମର

ତାଣ୍ଡବ କର ଅନ୍ୟାୟେ ଅସହ୍ୟ

ତ୍ରିନେତ୍ର ରୁଦ୍ର ମହା ମୃତ୍ୟୁଞ୍ଜୟ।


ଶିବରାତ୍ରୀ ପୂଜାର ଅବସରେ

ବିଲ୍ବପତ୍ର ଅପରାଜିତା କରେ

କନିଅର ଧତୁରା ବିଲ୍ବଫଳ

ଅର୍ପଣ କରୁଛି କର ମଙ୍ଗଳ।


ॐ ତ୍ରୈମ୍ବକଂ ୟଜାମହୈ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ

ଉର୍ବାରୁକ୍ମିବ ବନ୍ଧନାତ୍ ମୃତ୍ୟୁର୍ମୋକ୍ଷିୟ ମାମୃତାତ୍।


ମିନାକ୍ଷୀ ସାମଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍