STORYMIRROR

Maheswar sahoo

Others

4  

Maheswar sahoo

Others

ଅତ୍ୟାବଶ୍ୟକ ବିଦ୍ୟୁତ

ଅତ୍ୟାବଶ୍ୟକ ବିଦ୍ୟୁତ

1 min
309

ଧରିତ୍ରୀ ପୃଷ୍ଠରେ,     ସର୍ବ ରାଷ୍ଟ୍ର ଆଜି,

     ବିଦ୍ୟ ପ୍ରଗତିର ପଥେ:

ଜ୍ଞାନ କଉଶଳ,    ପ୍ରୟୋଗେ ସକଳେ,

    ଅଛନ୍ତି ବିକାଶ ସାଥେ::

ଆଧୁନିକ ଯୁଗେ,    ବିନା ବିଦ୍ୟୁତରେ,

     ଚଳିବାତ ମୁସୁକିଲ:

ଜଳେନି ଆଲୁଅ,   ଚାଲେନାହିଁ ପଙ୍ଖା,

    ଦେୟ କର ନିଜ ବିଲ::

ବିଦ୍ୟୁତର ବିଲ,      ଠିକ ସମୟରେ,

    ଦେଇ ହୁଅ ଭଦ୍ର ଜନ:

ନଭରିଲେ ବିଲ,      କଟିବ ଲାଇନ,

    ପାଇବେ ତୁଚ୍ଛା କଷଣ::

ବିଦ୍ୟୁତର ଶକ୍ତି,       କରନାହିଁ ନଷ୍ଟ,

     କରିବା ସୁ ଉପଯୋଗ:

ବିଦ୍ୟୁତ ଚୋରିରେ,    ହୁଏ ମାନ ହାନି,

     ଚୋରି ଏକ ମହାରୋଗ::

ଚୋରି କରୁଥିଲେ,   କର୍ମଚାରୀ କେବେ,

      କର୍ତ୍ତବ୍ୟରୁ ହଟିବେନି:

ଜୋରିମାନା ନେବେ,ମୋଟା ଆକାରରେ,

     ଅକାରଣେ ମାନ ହାନି::

ଅର୍ଥ ତଣ୍ଡ ଦେବେ,    ମାନ ହରାଇବେ,

     ପାଇବେ ନାନା କଷଣ:

କରନା କରନା,     ବିଦ୍ୟୁତର ଚୋରି,

     ଦେୟ କର ନିଜ ପାଉଣ::

ମୋବାଇଲ ଠାରୁ,     ଟେଲିଭିଜନ ବି,

     ଚାଲଇ ବିଦ୍ୟୁତ ବଳେ:

ଏମିତି ଅଦିନ,        ନ ଆସୁ ନିଜକୁ,

     ବିଦ୍ୟୁତ ବିନା କେ ଚଳେ:

ଚଳି ହୁଏ ନାହିଁ,      ବିଦ୍ୟୁତ ଅଭାବେ,

      କେମିତି ବଞ୍ଚିବେ ଜନ:

ହୁକ ପକାଇବା,      ସ୍ରୋତ କମାଇବା,

      ସର୍ବେ ହେବେ ହୀନିମାନ::

ନିଜ ପାଇଁ କିଆଁ,      ଅନ୍ୟ ମାନଙ୍କର,

       ଲାଇନ ରହିବ ଡିମ:

ଏମିତିକା କାମ,       ନକର ହେ ବନ୍ଧୁ,

      ବଞ୍ଚାଓ ନିଜର ଟିମ:

**********(ମହେଶ୍ୱର ସାହୁ)*********

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର(ଭଦ୍ରକ)


Rate this content
Log in