STORYMIRROR

shibaram dalai

Others

4  

shibaram dalai

Others

ଅତୀତ

ଅତୀତ

1 min
120

ଟିକିଏ ଫୁରସତ ମିଳିଲେ

ଝାପସା ଝାପସା ଜହ୍ନ ଆଲୁଅରେ

ଖୋଲା ଆକାଶ ତଳେ

 ମୁଁ ଖୋଜି ଚାଲେ ମୋ

ହଜିଲା ଅତୀତକୁ 

ତୁହାକୁ ତୁହା କୋହାର ବର୍ଷାରେ

ଜୁଡୁବୁଡ ହେଇ ଭିଜି ଯାଏ ମୁଁ

ଫେରି ଆସେ ବର୍ତ୍ତମାନ କୁ ।


ଅତୀତକୁ ମନେ ପକାଇ

ଲାଭବା କଣ ?

ଯେଉଁ ଅତୀତ ଦିନେ ଈର୍ଷା କରି

କଢି କରି ଝଡେଇ ଦେଲା

ଫୁଲ ଫୁଟିବା ଆଗରୁ ।


ସମୟ ଖେଳେ ମୋ

ଜୀବନରେ ତାଣ୍ଡବଲୀଳା

ସରି ଯାଇଥିଲା ସେଦିନ

ରାତ୍ରିର ଅନ୍ଧକାର କୁ

ମୁହୂର୍ତ୍ତକ ପାଇଁ ଭଲ ପାଇ ।


ହାରିଗଲି ସେଦିନ

ନିଜର ବିଶ୍ୱାସ ପାଖରେ

ଗମ ଗମ ହେଇ ଗଡି ଚାଲିଲା

ତାଳୁରୁ ତଳିପା ଯାଏ

ହଠାତ ପୂବେଇ ପବନ ଟା

ମନର ଅଦୃଶ୍ୟ କୋଣକୁ

ସ୍ପର୍ଶ କରି ଚାଲିଗଲା 

ଝଟକି ଗଲା ଆକାଶ କାନ୍ଥରେ

ସନ୍ଧ୍ୟା ତାରାଟି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍