Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

tikeshwar sahu

Others

3  

tikeshwar sahu

Others

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
167



ସରଗ ରାଇଜୁ ଆସିଅଛି ପରୀ

ଅପରୂପା ଶୋଭା ନେଇ,

ଅପାର ପୁଲକ ମନରେ ଭରିଛି

ଆନନ୍ଦ ପରଶ ଦେଇ |୧|

ଗୋଲାପ କଳିକା ତା ଅଙ୍ଗ କୋମଳ

ଭୁରୁ ଭୁରୁ ବାସ ଦିଏ,

ପବନେ ଚହଲେ ବସନ୍ତେ ଦୋହଲେ

ତନୁ ମନ ଦୋହଲାଏ |୨|

ସେଇ ଛୋଟ ପରୀ ଆନନ୍ଦ ଲହରୀ

ଆସି ଦୁଆରରେ ଖେଳେ,

ତାର ଉପସ୍ଥିତି

ଆଣେ ମନେ ଖୁସି

ପରିବାର ସାଥି ମେଳେ |୩|

ଆମ ଘର କନ୍ୟା ଗୁଣରେ ଅନନ୍ୟା

ସରଗ ପରୀକୁ ବଳି,

ନୂପୁର ଛନ୍ଦରେ ତା ପାଦ ଚାଲିରେ

ମୁକୁତା ପଡ଼ଇ ଝରି |୪|

କନ୍ୟା ଅଟେ ରତ୍ନ

ସମାଜରେ ଯତ୍ନ

ସୁରକ୍ଷିତ ପ୍ରଜାପତି,

ଅତି କୋମଳତା ତାର ଆଖି ପତା

ସାଧବ ବୋହୂର ଗତି |୫|

ଅଦିନ ଝଡ଼ରେ ଦୂରାତ୍ମା ମାଡ଼ରେ 

ଭାଙ୍ଗିଯାଏ ପଦ ଛନ୍ଦ,

ନାଲି ଆଖିବାଲା ସୁରା ପାନ ବାଲା

ଚିହାଁଣୀ ତାଙ୍କର ମନ୍ଦ |୬|

ଲୋଲୁପ ଦୃଷ୍ଟିରେ ସମାଜ ଭାଙ୍ଗେରେ

ହଜିଯାଏ ଟିକି ପରୀ,

ସଜଳ ଆଖିରେ କଜଳ ହଜେରେ

ହୃଦୟ ଉଠଇ ଥରି |୭|

କେତେ କେତେ ପରୀ ହଜିଗଲେ ହାରି

ଉଜୁଡ଼ା ସମାଜଟାରେ,

ତାଙ୍କ ସୁରକ୍ଷାରେ

ଏ ସମାଜ ହାରେ

କାହାକୁ କହିବା ଆରେ |୮|

କଥାରେ କଥାରେ ଆଇନ ବାଟରେ

ଫାଇଲ ଭିତରେ ରହେ,

ଅସଲ ବେଳକୁ ଆଇନ ଫାଙ୍କରେ

ଦୋଷି ପୁଣି ଚିଲିଯାଏ |୯|

ଅସୁରକ୍ଷିତ ଏ କନ୍ୟାରତ୍ନ ପରୀ

ଦାୟିତ୍ବ ସବୁ ଆମରି,

ଆମ ମାନସିକ ଅବସ୍ଥା ସୁଧିଲେ

ସୁରକ୍ଷିତ ହେବେ ପରୀ |୧୦|



Rate this content
Log in