Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUKEYA JABEEN

Others

3.4  

RUKEYA JABEEN

Others

ଅସ୍ତ୍ରୋପଚାର

ଅସ୍ତ୍ରୋପଚାର

1 min
239


ଅସ୍ତ୍ର ଶସ୍ତ୍ର ସଜା ଆଧୁନିକ ଯନ୍ତ୍ରପାତିର 

ନିଶବ୍ଦ ଅରଣ୍ୟ 

ଅସ୍ତ ବ୍ୟସ୍ତ କାର୍ଯ୍ୟରତ 

କେତୋଟି ବିନମ୍ର ଧୈର୍ଯ୍ୟଶୀଳ ମନୁଷ୍ୟ ।


ଶୂନ୍ୟତାକୁ ଭଙ୍ଗ କରି ନିଦରୁ ଜଗାନ୍ତି 

ସୁପ୍ତ ଯନ୍ତ୍ରାବଗୁଡିକୁ 

ତର ତର ହେଇ ସଜାଗ ହେଇ ଉଠେ 

ଚିକିତ୍ସାଳୟର ସେଇ କଣ କକ୍ଷଟା ।


 ଧାଁ ଧପଡ କରିବାକୁ ଲାଗନ୍ତି 

ଲାଇଟ୍ ଷ୍ଟ୍ରେଚର ସିଜର 

ଆହୁରି ଅନେକ  

ଅସ୍ତ୍ରୋପଚାର ପଦ୍ଧତିକୁ  

ସମ୍ପୂର୍ଣ୍ଣ ରୂପ ଦେଉଥିବା 

ଉପକରଣ ମାନ ।


କେହି ଆସିଛି  

ରକ୍ତ  ମାଂସ ହାଡ଼ 

କିଛି ଗୋଟାଏ ତ୍ୟାଗ କରିବାକୁ 

ନିଜକୁ ଯେ କରିବାର ଅଛି 

ରୋଗମୁକ୍ତ  

ଶାରୀରୀକ ଦକ୍ଷତା ଦୃଷ୍ଟିରୁ ଶକ୍ତ ।



Rate this content
Log in