ଅସମ୍ପୂର୍ଣ୍ଣ ସମ୍ପର୍କର ଭାଗ
ଅସମ୍ପୂର୍ଣ୍ଣ ସମ୍ପର୍କର ଭାଗ
ଅର୍ଜ୍ଜୁନ ତୁମେ ନପୁସଂକ ସତରେ
ଯୁଦ୍ଧ ଜିତିଛ କେବଳ ସଖା ସାଥିରେ
ତୁମେ ସୀମିତ ଦ୍ରୌପଦୀର ବିଚାରରେ
ପ୍ରତିଜ୍ଞାବଦ୍ଧ ତାରି ମୁକୁଳା ଘନକେଶରେ
ପୌରୁଷ ତୁମର ଏକତ୍ବ ଗାଣ୍ଡିବ ଧନୁରେ
ତୁମେ ସତରେ ଦୁର୍ବଳ କୃଷ୍ଣର ଏକ ଛୁଆଁରେ
ସମ୍ଭାଳିବା ଶକ୍ତିର ବାହାରେ ଏକା ତୁମ ପାଇଁ
ଭାଗ କରିଛ ବିଜୟ ଧନ ସମ୍ପତ୍ତି ତ ସେଥିପାଇଁ
ପଣ୍ୟବନ୍ଦୀ ଭାବିଲ ବୋଧେ ବିବାହ ସନ୍ତକକୁ
ଅନୁମତି ବି ନେଲ ନାହିଁ ଭାଗ କରିବା ଆଗରୁ
ମନେ ହୁଏ କପଟୀ ତୁମେ ସଂସାର ପ୍ରେମରେ
ଭୂଲଗୁଡାକ ଭଲପାଅ ଅସଂଯତ ମନରେ
ଭୟ ତୁମ ମନରେ ପ୍ରଶ୍ନ ସୃଷ୍ଟି କରୁଥିଲା
ସମ୍ପର୍କ ସମର୍ପଣର ସମୟର ଦୋଛକି ଥିଲା
ଯାହା ଡରୁଥିଲ ସଂସାରର ଆଖିରେ ଉଭାହେଲା
ଅଭିଶପ୍ତ ତୁମେ ଅଭାବନୀୟ ଘଟଣା ଘଟିଲା
ଅଭିମାନୀ ଯାଜ୍ଞସେନୀର ଅଭିମାନରୁ ନୀରବତା
ତଥାପି କିଛି ନ ବୁଝିଲ ଭାଗ କରିବାର ଦୁର୍ଯୋଗତା
ହାରିଗଲ ପଶାଖେଳରେ ବାଜି ଲଗାଇ ଅଂଶଧନ
ସତରେ ତୁମର ସମ୍ମତ୍ତିରେ ହରାଇଲ ତୁମ ସମ୍ମାନ
ଚକ୍ରାନ୍ତର ଚକ୍ରବ୍ୟୁହେ ଅଭିମନ୍ୟୁ ସିଂହାରର ଭୋଗ
କିଛି କଣ ନଥିଲା ଏଥିରେ ସତରେ ତୁମର ଅଭିଯୋଗ
ବୀର ସୁର ନାୟକ ତୁମେ ଧନୁର୍ଦ୍ଧର ତଥାପି ଏ ଦୁର୍ବଳତା
ଶୋଭା ପାଏନା କାପୁରୁଷର ଚିତ୍ରିତ ତୁମର ନୀରବତା
