STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଅସମାପ୍ତ ପ୍ରେମ କାହାଣୀ

ଅସମାପ୍ତ ପ୍ରେମ କାହାଣୀ

1 min
283

ନଦୀ ସାଗର ପାଖକୁ ଧାଇଁଲା ପରି

ମୋ ମନ ତୁମ ପାଖକୁ ଧାଉଁଥିଲା

ଦିନ ରାତି ଖାଲି ତୁମକୁ ଖୋଲି ତୁମକୁ ଖୋଜୁଥିଲି

ରାସ୍ତା ଘାଟ ,ପାର୍କ,ମେଳା,ଖେଳ ପଡିଆ ସବୁଆଡେ

ତୁମ ପ୍ରତିଶ୍ରୁତି ଉପରେ ମୋର ଭରସା ଥିଲା

ଏତେ ଖୋଜିଲା ପରେ ତୁମେ ମତେ ମିଳିଲନି

ମୋ ଆଶା ର ସୁଅ ତଥାପି ଶୁଖିନଥିଲା

ପ୍ରତିଟି ସୂର୍ଯ୍ୟ ଉଦୟ ରେ ମୁଁ ତୁମକୁ ଖୋଜୁଥିଲି

ଯେତେବେଳେ ଆମର ବହୁ ପ୍ରତୀକ୍ଷିତ ସାକ୍ଷାତ ହେଲା

ସେତେବେଳେ ତୁମେ ମୋ ପାଖକୁ ଆସିଲନି

ମୋ ଆଖି ସାମ୍ନାରେ ଗଙ୍ଗ ଶିଉଳି ଫୁଲ ପରି ଝରିଗଲ

ବ୍ରଜ ବିଜୁଳି ସବୁ ଥାଇ ଅସରl ମେଘର ବ୍ୟଥା ପରି

ମୋ ଛାତିରେ ଅନେକ ଯନ୍ତ୍ରଣା

ଯାହା ଅକୁହା ହେଇରହିଯାଏ

ଦିନ ଗଣୁ ଗଣୁ ମାସ

ମାସ ଗଣୁ ଗଣୁଏ ବର୍ଷ ସରିଯିବ

ଏମିତି ଏମିତି ମୋ ମୃତ୍ୟୁ

ସହିତ ମୋ ଅସମାପ୍ତ ପ୍ରେମ କାହାଣୀ ସରିଯିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍