ଅସଜଡା ମୋହ
ଅସଜଡା ମୋହ
1 min
227
ସଜାଡ଼ି ଚାଲିଥିଲି ଜୀବନର
ଅସଜଡା ମୋହ ସବୁକୁ
କିନ୍ତୁ ଅନୁଭବ କରି ହେଉନଥିଲା
ଅଦେଖା ଜ୍ଵଳନ ଯାହା ଧ୍ଵଂସ
କରି ଚାଲିଥିଲା ଅମୂଲ୍ୟ
ଅଫେରା ସମୟକୁ।
ଅନ୍ତଃକରଣରେ ହେଉଥିବା
ଅନ୍ତର୍ଦାହର କଷ୍ଟ ଆହୁରି
ତେଜ ହେଉଥିଲା
ଯେବେ ଘୃତ ସଦୃଶ
କିଛି ସ୍ପୃହା ଆକାଂକ୍ଷାର ନିର୍ବାଣ
ପ୍ରାପ୍ତି ପାଇଁ ବାଧକ ସାଜିଥିଲା।
ସଜଡା ମୋହ ସବୁ ପୁନଶ୍ଚ
ଅସଜଡା ହୋଇ ସାରିଥିଲା
ଅଜାଣତରେ ପଶ୍ଚାତାପର କ୍ଷୋଭରେ
ଜୀବନର ଅସଲ ମୂଲ୍ୟବୋଧର
ସନ୍ଧାନରେ ମୋକ୍ଷ ପାଇବାର ପଥରେ।
