STORYMIRROR

Minakshi Samal

Others

3  

Minakshi Samal

Others

ଅଶ୍ରୁୁ

ଅଶ୍ରୁୁ

1 min
190



ବିନ୍ଦୁ ବିନ୍ଦୁ ଜଳ ସମ

ଅଟେ ଅଶ୍ରୁ ଜଳ,

ଏ ଜଳ ସେ ଜଳ ମଧ୍ୟେ

  ଫରକ ଯେ 

ଆକାଶ ପାତାଳ।


ଜଳ ପାନ କଲେ ହୁଏ

ଆମ ଆତ୍ମା ଶାନ୍ତି,

ଜଳକଣା ପରଶରେ

  ତୃପ୍ତ ହୁଏ

ତୃଷିତା ଧରିତ୍ରୀ।


ସୁଖେ ଅବା ଦୁଃଖେ ଚକ୍ଷୁ

କୋଣେ ଅଶ୍ରୁ ଜନ୍ମେ,

ଝର ଝର ହୋଇ ଝରେ

   ଅନ୍ତରର

କୋହସେ ନମାନେ।


ଅଶ୍ରୁ ଢାଳି ନୀରବରେ

ନିଗାଡୁ ଦୁଃଖକୁ

କ୍ଷତାକ୍ତ ଅନ୍ତଃ ଯନ୍ତ୍ରଣା

  ଝାଡିଦିଏ

 ମୁକୁତା ବିନ୍ଦୁଙ୍କୁ।


*** ମିନାକ୍ଷୀ ସାମଲ ***

minusamal1969@gmail.com



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍