ଅଶ୍ରୁ
ଅଶ୍ରୁ
1 min
6.9K
ଅଶ୍ରୁ
ବିଷ୍ଣୁ ଚରଣ ପଟ୍ଟନାୟକ
ଭିଜା ଭିଜା ନୟନରେ ,
କେବେ ସେ ଲହଡି ଭାଙ୍ଗେ ,
ମନର ବେଳାଭୂମିରେ ,
କେଉଁ ଏକ ଅଜଣା ଆବେଗରେ ।
ହୋଇପାରେ ଏକ ,
ପୁଲକର ବ୍ରହ୍ମମୁହୂର୍ତ୍ତରେ ,
ନୂତନ ଆଲୋକର ସନ୍ଧାନରେ ,
ଅବା ଏକ ଅଭିଶପ୍ତ ଇଲାକାରେ ,
ମନର ଭାବନାକୁ ଧୂଳିସାତ୍ କରି ,
ଥପଥାପ ନିଗିଡି ପଡ଼ି ,
ବିରହର ଛନ୍ଦ ତୋଳେ ,
ବେଶୁରାର ରାଗିଣୀରେ ,
ଦୟାର୍ଦ୍ର କିମ୍ବା ,
ନିର୍ଲିପ୍ତାର କାରୁଣ୍ୟତାରେ ,
ନିନ୍ଦା ନିରାଶାର ଘୂର୍ଣ୍ଣି ବଳୟରେ ।
ପ୍ରତାରଣାର ଚଲାପଥେ ଝୁଣ୍ଟିପଡି ,
କେବେବା ଲୁହ ଢାଳେ ,
ଅକୁହା ଅସରନ୍ତି ଯନ୍ତ୍ରଣାରେ ।
କେବେ ସେ ଉଛୁଳିଯାଏ ,
ଅଫୁରନ୍ତ ଆନନ୍ଦ ଓ ଉନ୍ମାଦନାରେ ।
ମହ ମହ ପ୍ରେମର ଫଲଗୁରେ ,
ଫଗୁଣର ସେଇ ଚଇତାଳିରେ ।