STORYMIRROR

Debabrata Jena

Others

2  

Debabrata Jena

Others

ଅଶ୍ରୁ ଗୋ

ଅଶ୍ରୁ ଗୋ

1 min
798


ଅଶ୍ରୁ ଗୋ !

ତୁମେ କେବେ ଉଲ୍ଲାସର , ବ୍ୟଥା-ବେଦନାର...

କେବେ ବିଜୟର , ପରାଜୟର... ।।

ଥାଅ ତୁମେ ଜୀବନରେ

ପ୍ରତି କ୍ଷଣେ ସାଥେ ସାଥେ

କେବେ ତୁମେ ଗଣ୍ଡ ଦେଶ ଛୁଇଁ

ଝରିଯାଅ ଟୋପା ଟୋପା ହୋଇ ..

ମୂକସାକ୍ଷୀ ସାଜ ମୋର ସବୁ ଅତୀତର ପୃଷ୍ଠାରାଜିର.... ।।

ବାର୍ଦ୍ଧକ୍ୟର ଭତ୍ସନାରେ ଝରିଯାଅ ତୁମେ

ଅବ୍ୟକ୍ତ କୋହକୁ ପିଇ ....

କେବେ ପୁଣି ଶହୀଦ ସ୍ମୃତିରେ

ଅସହାୟ ପତ୍ନୀ ନୟନରେ ସୃଜ

ସମ୍ପର୍କକୁ ଭାଙ୍ଗି ଦେଇ... ।।

କେବେ କେବେ ନବଜାତ ଶିଶୁର କୁଆଁ କୁଆଁ ରାହାରେ

ତୁମେ ହୁଅ ବିଦ୍ୟମାନ ..

ପୁଣି କେବେ କାହାର ପ୍ରଶ୍ନିଳ ଆଖିର ଇଙ୍ଗିତରେ

ଛାଡି ଯାଅ ଅସମାହିତ ବିରାମ ଚିହ୍ନ ।।

ଝରି ଚାଲ ବୁନ୍ଦା ବୁନ୍ଦା ହୋଇ

କେବେ ପୁଣି କାହା ସଫଳତାର ଶ୍ରେୟ ହୋଇ

ଦେଇ ଚାଲ ଧୋକା କେବେ କେବେ

ବୋହିଯାଅ ଦୁଇ ଧାର ତତଲା ପାଣି ଟୋପା ହୋଇ ...।।


ଦେବବ୍ରତ ଜେନା

ଭୋଗରାଇ,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍