STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ଅର୍ଦ୍ଧ ବିରାମ

ଅର୍ଦ୍ଧ ବିରାମ

1 min
306

ହଁ ଅର୍ଦ୍ଧ ବିରାମ ନେଇଥିଲି 

କାହିଁକି ନା ପୂର୍ଣ୍ଣଚ୍ଛେଦର ସମୟ ଆସିନଥିଲା

ଓ ଗୋଟିଏ ଖଣ୍ଡ ବାକ୍ୟ ପରେ

କିଛି କ୍ଷଣ ଛିଡ଼ା ହେବାର ଥିଲା

ସାମାନ୍ୟ ପଛକୁ ଅନାଇ

ଜୀବନକୁ ପୁଣି ଆଗେଇ ନେବାର ଥିଲା

ସେଇ ଅସୀମ ଦିଗବଳୟ ଦିଗରେ

ଏକ ସମାପନର ଅଭିଳାଷ ନେଇ।


କିଛି ଦ୍ଵନ୍ଦ୍ୱର ସମାଧାନ ପାଇଁ

କିଛି ବ୍ୟବଧାନକୁ ଯୋଡ଼ି ଦେବା ପାଇଁ

ପୂର୍ବାପରର ସଂଯୋଗ ପାଇଁ

ଘୋରି ହୋଇ ଯାଇଥିବା ଭାବନାରେ

ଆଉ କିଛି ନୂତନ ଅଧ୍ୟାୟର ଯୋଗ ପାଇଁ

କ୍ଳାନ୍ତ ପଦଯୁଗରେ ବିଶ୍ରାମର ଶୀତଳତା ପାଇଁ

ବୋଧହୁଏ ଅର୍ଦ୍ଧ ବିରାମଟିଏର ଆବଶ୍ୟକ 

ଘଡ଼ିଏ ଥକା ମେଣ୍ଟାଇବା ପାଇଁ।


ଏମିତି କିଛି ଅର୍ଦ୍ଧ ବିରାମ

କେବେ କେବେ ଶବ୍ଦ ଅଭାବରୁ ଅସମ୍ପୂର୍ଣ୍ଣ ରହିଯାଏ

ପୁଣି କେବେ କିଛି ପୂର୍ଣ୍ଣଚ୍ଛେଦ

ନୂଆ ଏକ ଦିଗନ୍ତର ସନ୍ଧାନ ପାଇବା ପରେ

ଅର୍ଦ୍ଧ ବିରାମ ପାଲଟି ଯାଏ

ଏକ ପୂର୍ଣ୍ଣତ୍ୱର ଚିର ସନ୍ଧାନରେ। 



Rate this content
Log in