Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଅପରିଚିତ

ଅପରିଚିତ

1 min
210


କେତେ ଯେ ନୂଆ ବ୍ୟକ୍ତି ହେବେ ପରିଚିତ,

ଜାଣିବା ପର୍ଯ୍ୟନ୍ତ ପ୍ରତି ଅଜଣା ମଣିଷ ହେଲା ଅପରିଚିତ |୧|


ପ୍ରତି ନୂତନ ସ୍ଥାନରେ ଦେଖା ହେବେ ଅଚିହ୍ନା ବ୍ୟକ୍ତି,

ନିଜ ନାମଧେୟ ଗାଁ ନାମ ସହ ଆରମ୍ଭ ହୁଏ ଅନ୍ୟ କଥାର ଅଭିବ୍ୟକ୍ତି |୨|


ଅନନ୍ତର ବ୍ୟକ୍ତିଗତ ବିଷୟ ବିଚାର କରେ ଅପରିଚିତ,

ସମାନ ଭାଷାରେ ବାର୍ତ୍ତାଳାପ କରିଲେ ହୋଇ ଯାଏ ସୁପରିଚିତ |୩|


ଜଣା ନାହିଁ କେବେ ହେବ ଭଲ ସାଙ୍ଗ,

ସମସ୍ତଙ୍କ ସହ ଶୀଘ୍ର କେବେ ବାଣ୍ଟିବାର ନାହିଁ ଅନ୍ତରଙ୍ଗ |୪|


ସ୍ତ୍ରୀଲୋକ କେବେ ଦେଖାଇବାର ନାହିଁ ନିଜ ଗହଣା,

କେବେ ବି ଜଣେଇବାର ନାହିଁ ନିଜ ପାରିବାରିକ ଠିକଣା |୫|


ଯେମିତି ଯେମିତି ସମୟ ଆଗକୁ ଯାଏ,

ବହିରାଗତ ବ୍ୟକ୍ତି ଖାଇବା ପିଇବାର ସାମଗ୍ରୀ ଦିଏ |୬|


ଥାଇ ପାରେ ଯାଚିଥିବା ଖାଦ୍ୟରେ ମାଦକ ପଦାର୍ଥ,

ସେବନ ପରେ ହରେଇ ପରିବାକୁ ହେବ ନିଜ ଅର୍ଥ |୭|


ଛୋଟପିଲାଙ୍କର ଦରକାର ନାହିଁ ଅପରିଚିତଙ୍କ ସହ ପରିଚୟ,

ପଣବନ୍ଦୀର ମୂଲ୍ୟ ଲାଗି କରିବାକୁ ପଡିପାରେ ଟଙ୍କାର ବ୍ୟୟ |୮|


ଅପରିଚିତଙ୍କ ସହ ଦୁରେଇ ରହିବା ଭଲ,

କେବେ ବି ଜଣା ନାହିଁ କିଏ ମନ୍ଦ କିଏ ଭଲ |୯|


Rate this content
Log in