ଅପମାନ
ଅପମାନ
ଭାରି କଷ୍ଟ ଲାଗେ ଯେବେ ନିଜ ଲୋକ
ସବୁ ଜାଣି ମୁହଁ ଫେରେ
ବୁଝିବାକୁ ଆଉ କିଛି ନଥାଏ ଏ ଜୀବନେ
ଭରିଅଛି ଦୁଃଖ ସାଗରେ ।।
ଭାରି କଷ୍ଟ ଲାଗେ ଯେବେ ଏ ଦୁନିଆରେ
ସବୁ କିଛି ଥାଇ ବି ତ
କିଛି ନଥିବା ଭଳି ଅନୁଭବ ହୁଏ
ସବୁ ମାୟାରେ ମୋହିତ ।।
ନିଜ ରାସ୍ତା ଯେବେ ଧୋକା ଦିଏ
କରିଦିଏ ଅପମାନ
ଏ ସାରା ସଂସାର ଏକୁଟିଆ କରି
କରନ୍ତି ତ ହୀନିମାନ ।।
ଯେତେବେଳେ ମମତାର ମୂଲ
ବୁଝେନା କେବେ ସନ୍ତାନ
ମୁହଁ ଫେରି ଚାଲିଯାଏ ତା ବାଟରେ
କରିଦେଇ ଅପମାନ ।।
ତ୍ୟାଗ ବଳିଦାନ ତୁଚ୍ଛ ଲାଗେ ଯେବେ
ଏ ସଂସାର କରଇ ପର
ଅପମାନଠୁ ବି ବେଶି କଷ୍ଟ ଲାଗେ
ମାନ ଏଇ ସଂସାରର ।।
ଅତୀତର ପୃଷ୍ଠା ଭାରି କଷ୍ଟ ଦିଏ
ଲେଉଟା ଗଲେ ବି ଯେତେ
ଦୁଃଖ ଭରା କାହାଣୀ ଯେ
ବାଢି ଯାଇଅଛି କେତେ ।।
ମହାଭାରତର ଶକୁନିର ଗୋଟି
ସର୍ବଦାଟି ଥାଏ ଚଞ୍ଚଳ
ଦୁନିଆକୁ ସତେ ସେ କରି କରାୟତ୍ତ
ରଚିଥାଏ ନୂଆ ଖେଳ ।।
ଭାରି କଷ୍ଟ ଲାଗେ ଯେବେ ମାଟି ମାଆ ଆମ
ପାଏ ଯେବେ ଅପମାନ
ପୁଅ ଠାରୁ ମାଆକୁ ଦୂରେଇ ନେଇ ସେ
ବୃଦ୍ଧାଶ୍ରମେ ଦିଏ ଟି ସ୍ଥାନ